ରିଭ୍ୟୁ ବଦଳାଇଦେଲା ଅମ୍ପାୟାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୫|୦୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ବିଜୟୀ ହୋଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା ଭାରତ । ଜବାବରେ ଶ୍ରୀଲଙ୍କା ବିଜୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ଭାରତୀୟ ବୋଲର ଶ୍ରୀଲଙ୍କା ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ତେବେ ଟିମ୍ ଇଣ୍ଡିଆକୁ ଯେତେବେଳେ ତୃତୀୟ ସଫଳତା ମିଳିଥିଲା ସେତେବେଳେ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା । ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ବ୍ୟାଟର ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ । ଯାହା ସେମାନଙ୍କ ସପକ୍ଷରେ ଯାଇଥିଲା । ଏହାପରେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ରିଆକ୍ସନ ଏବେ ଭାଇରାଲ ହୋଇଛି । ଏହା ସେତେବେଳେ ହୋଇଥିଲା ଯେତେବେଳେ ୟୁଜବେନ୍ଦ୍ର ଚହଲ ଅସାଲଙ୍କାକୁ ଆଉଟ୍ କରିଥିଲେ ।

Leave A Reply

Your email address will not be published.