ମୟୂରଭଞ୍ଜରେ ଅକ୍ତିଆର କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ

ପଞ୍ଚାୟତ ଫଇସଲା । ଭୋଟ୍ ଗଣନା ଜୋରସୋରରେ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ମୟୂରଭଞ୍ଜରେ ଅକ୍ତିଆର କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ରହିଛି । ୧୩ ଜୋନରେ ବିଜେଡି ପ୍ରାର୍ଥୀ ଆଗରେ ଥିବା ବେଳେ ୨ଟି ଲେଖାଏଁ ଆସନରେ ବିଜେପି ଓ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି । ତେବେ ମୟୂରଭଞ୍ଜରେ ରାଜନୀତି ସମୀକରଣ ବଦଳିଲେ ଫଳାଫଳ ବଦଳେ ।  ୨୦୧୨ରେ ୫୬ରୁ ୪୧ଟି ଜିଲ୍ଲା ପରିଷଦ ବିଜେଡି ଆସନ ଜିତିଥିଲା । ବିଜେପି ଓ କଂଗ୍ରେସ ଗୋଟିଏ ଲେଖା ଏବଂ ସ୍ୱାଧୀନ ୩ଟି ପାଇଥିଲେ । ଜେଏମଏମ ୧୦ଟି ଜୋନ୍ ଦଖଲ କରିବାକୁ ସମର୍ଥ ହୋଇଥିଲା । ୨୦୧୭ରେ ମୟୂରଭଞ୍ଜରେ ପୁରା ବାଜି ପଲଟାଇ ଦେଇଥିଲା ବିଜେପି । ୫୬ରୁ ୪୯ ଜୋନ୍ ଦଖଲ କରି ସବୁ ଆକଳନକୁ ଭୁଲ କରିଦେଲା । ସଂଜୟ ଦାସବର୍ମାଙ୍କ ମାର୍ଗଦର୍ଶନରେ ମାତ୍ର ୫ଟି ପାଇଥିଲା ବିଜେଡି ।  ୨୦୧୪ରେ ସୁଦାମ ମାର୍ଣ୍ଡି ବିଜେଡରୁ ଜିତି ବିଧାୟକ ଓ ମନ୍ତ୍ରୀ ହେଲେ । ଏହାରି ଭିତରେ ଜିଲ୍ଲା ରାଜନୈତିକ ପାଣିପାଗ ପରିବର୍ତନ ହୋଇଛି । ସଂଜୟଙ୍କ ସ୍ଥାନରେ ବିଜେଡି ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ ।  ତାଙ୍କ ନେତୃତ୍ୱରେ ୨ଟି ଜିଲ୍ଲା ପରିଷଦ ଉପନିର୍ବାଚନ ଜିତିଛି ବିଜେଡି । ସାରସରକଣାର ୫୬ ନଂ ଓ ବିଜାତୋଳା ବ୍ଲକ ୩୨ ନଂ ଜୋନ୍ ଜିତିଛି ।  ହେଲେ ବିଜେପିି ପାଇଁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରଚାର କରିଛନ୍ତି ।  ବିଜେଡି ବିରୋଧରେ ବିଷୋଦଗାରର ପ୍ରଭାବ କ’ଣ ରହିବ ?

Leave A Reply

Your email address will not be published.