ଅନୁଗୁଳରେ କଡା ଟକ୍କର

ପଞ୍ଚାୟତ ଫଇସଲାରେ ୧୧.୫୦ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡରେ ଅନୁଗୁଳରେ କଡା ଟକ୍କର ଦେଖିବାକୁ ମିଳିଛି । ସମାନ ସ୍ଥିତିରେ ବିଜେଡି ଓ ବିଜେପି ରହିଛନ୍ତି । ୪ଲେଖାଏଁ ଜୋନରେ ଉଭୟ ଦଳ ଆଗରେ ରହିଛନ୍ତି । ଅନୁଗୁଳ, ଆଠମଲ୍ଲିକ, କଣିହାଁ ଓ ତାଳଚେରରେ ବିଜେଡି ଆଗୁଆ ରହିଛି । ଛେଣ୍ଡିପଦା, ବଅଁରପାଳ, କିଶୋରନଗର ଓ ପାଲଲହଡାରେ ବିଜେପି ଆଗରେ ରହିଛି । ତେବେ ଦୀର୍ଘବର୍ଷ ହେଲା ଅନୁଗୁଳ ବିଜେଡିର ଗଡ ହୋଇ ରହିଛି । ୨୦୦୭ରେ ଜିଲ୍ଲା ପରିଷଦ କଂଗ୍ରେସ ହାତକୁ ଯାଇଥିଲା । ୨୦୧୨ରେ ବିଜେଡି ପୁରୁଣା ସଫଳତା ଦୋହରାଇଥିଲା । ୨୮ଟି ଜିଲ୍ଲା ପରିଷଦ ଜୋନରୁ ୨୧ଟି ବିଜେଡି ଜିତିଥିଲା । ୨୦୧୭ରେ ୧୨ଟି ଜିତି ବିଜେଡିକୁ ଟକ୍କର ଦେଲା ବିଜେପି ।ସେପଟେ ପ୍ରାରମ୍ଭିକ ଟ୍ରେଣ୍ଡରେ ୨୪୦ ଜୋନରେ ବିଜେଡି ଆଗରେ ରହିଛି । ୩୫ଟି ଜୋନରେ ବିଜେପି ଆଗରେ ରହିଛି । ସେହିପରି ୧୪ଜୋନରେ କଂଗ୍ରେସ ଆଗରେ ରହିଛି । ଗୋଟିଏରେ ସ୍ୱାଧୀନ ଓ ଅନ୍ୟାନ୍ୟ ୫ଟି ପ୍ରାର୍ଥୀ ଆଗରେ ରହିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Leave A Reply

Your email address will not be published.