କନ୍ଧମାଳ ରେ ୧୨ ଟି ବ୍ଳକ ରେ ଭୋଟ ଗଣତି

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ସକାଳ ଆଠଟା ରୁ ୧୨ ଟି ବ୍ଲକ ରେ ଗଣତି ଆରମ୍ଭ ହୋଇଛି l ଜିଲାର ୧୮ ଟି ଜିଲ୍ଲାପରିଷଦ ଆସନ ପାଇଁ ପାଇଁ ୬୮ ଜଣ ପାର୍ଥି ଥିବାବେଳେ ୧୭୧ ପଂଚାୟତ ପାଇଁ ୭୯୧ ସରପଞ୍ଚ ଜଣ ଓ ୫୯୯ ସମିତିସଭ୍ୟ ପ୍ରାର୍ଥୀ ଓ ୨୩୨୨ ଟି ୱାର୍ଡ ପାଇଁ ୨୬୪୧ ଜଣ ପାର୍ଥିଙ୍କ ଭାଗ୍ୟ ଆଉ କିଛି ସମୟ ପରେ ଜଣl ପଡିବ ଫୁଲବାଣି , ଖଜୁରିପଡା ,ଫିରିଙ୍ଗିଆ, ଚକାପାଦ , ଘୁ.ଉଦୟଗିରି,ରାଇକିଆ,ବାଲିଗୁଡା, ତୁମୁଡିବନ୍ଧ,କୋଟଗଡ,କ.ନୂଆଗାଁ,ଟିକାବାଲି ଓ ଦାରିଙ୍ଗିବାଡିରେ ଭୋଟ ଗଣତି ଚାଲିଛି । ସବୁ ସ୍ଥାନ ରେ ଶାନ୍ତି ପୂର୍ଣ୍ଣ ଭାବେ ଚାଲିଛି ଭୋଟ ଗଣତି l ବର୍ତମାନ ସୁଦ୍ଧା ବାଲିଗୁଡା , ତୁମୁଡିବନ୍ଧ,ଖଜୁରୀପଡା, ଫୁଲବାଣୀ, ରାଇକିଆ, ଟିକାବାଲି, କ. ନୂଆଗାଁ, ଚକା ପାଦ, ଫିରିଙ୍ଗିଆ ଓ ଜି. ଉଦୟଗିରି ଜୋନ ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ କୋଟଗଡ଼ ଓ ରାଇକିଆ ଜୋନରେ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି l ବିଜେପି ଏଯାଏ କୌଣସି ସ୍ଥାନ ରେ ଖାତା ଖୋଲି ପାରିନଥିବା ଖବର ମିଳିଛି l

Leave A Reply

Your email address will not be published.