ଫେସ୍‌ବୁକ୍‌ର କଂପାନୀ ‘ମେଟା’ର ବଡ଼ ନିଷ୍ପତ୍ତି: ରୁଷିଆର ସରକାରୀ ମିଡିଆକୁ କରିବ ବ୍ଲକ୍‌

ନୂଆଦିଲ୍ଲୀ, ମାର୍ଚ୍ଚ ୦୧ : ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଫେସ୍‌ବୁକ୍‌ର କଂପାନୀ ‘ମେଟା’ ବଡ଼ ନିଷ୍ପତ୍ତି ନେଇଛି । ମେଟା ପକ୍ଷରୁ କୁହାଯାଇଛି ଯେ, ରୁଷୀୟ ମିଡିଆ ଆରଟି ଓ ସ୍ପୁଟନିକକୁ ୟୁରୋପୀୟ ସଂଗଠନ ବ୍ଲକ କରିବ । କଂପାନୀର ଗ୍ଲୋବାଲ ଆଫାୟର୍ସ ନିକ୍ କ୍ଲେଗ୍ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ମେଟା ନିଜର ସମସ୍ତ ପ୍ଲାଟଫର୍ମ ଉପରେ ରୁଷିଆର ସରକାରୀ ଗଣମାଧ୍ୟମ ଆଉଟଲେଟ ଆରଟି ଓ ସ୍ପୁଟନିକ ଉପରେ କଟକଣା ଲଗାଇବ । ନିକ୍ କ୍ଲେଗ୍ ଟୁଇଟର ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, କଂପାନୀର ୟୁରୋପୀୟ ସଂଘ ଓ ଅନେକ ସରକାରଙ୍କ ପକ୍ଷରୁ ଏହା ନିବେଦନ କରାଯାଇଛି । ମେଟା ବ୍ୟତୀତ ୟୁଟ୍ୟୁବ୍ ଓ ଗୁଗଲର କଂପାନୀ ଆଲଫାବେଟ ଇଙ୍କ୍ ମଧ୍ୟ ରୁଷୀୟ ସରକାରୀ ମିଡିଆ ବିପକ୍ଷରେ ଅନେକ ପଦକ୍ଷେପ ନେଇଛନ୍ତି । 

Leave A Reply

Your email address will not be published.