ବିଶ୍ୱବ୍ୟାପୀ କରୋନା ନିମ୍ନଗାମୀ, ୨୪ ଘଣ୍ଟା ମଧ୍ୟରେ ୯.୫୮ ଲକ୍ଷ ନୂଆ ପଜିଟିଭ୍

ନୂଆଦିଲ୍ଲୀ, ମାର୍ଚ୍ଚ ୦୧ : ସମଗ୍ର ବିଶ୍ୱରେ କରୋନା ନିମ୍ନଗାମୀ ହୋଇଛି । କିନ୍ତୁ ଏହା ପୂର୍ବରୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ମଧ୍ୟରେ ବହୁ କ୍ଷତି କରିଛି । ସଂକ୍ରମଣକୁ ବିନାଶ କରିବା ପାଇଁ ବିଶ୍ୱର ସମସ୍ତ ରାଷ୍ଟ୍ର ଉଦ୍ୟମ କରୁଛନ୍ତି । କିନ୍ତୁ କୌଣସି ପ୍ରକାରର ପ୍ରଭାବଶାଳୀ ଔଷଧ ବାହାରି ନଥିବାରୁ କରୋନା ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହୋଇପାରୁ ନାହିଁ ।  ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱପ୍ୟାପୀ ୯ ଲକ୍ଷ ୫୮ ହଜାର ୪୬୮ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୬ ଲକ୍ଷ ୮୬ ହଜାର ୩୮୦ ଜଣ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୪୩ କୋଟି ୬୮ ଲକ୍ଷ ୨୭ ହଜାର ୨୩୭ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୬ କୋଟି ୭୮ ଲକ୍ଷ ୮୦ ହଜାର ୩୭୯ ଜଣ ସୁସ୍ଥ ହୋଇଥିଲା ବେଳେ ୫୯ ଲକ୍ଷ ୭୩ ହଜାର ୯୭୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୬ କୋଟି ୨୯ ଲକ୍ଷ ୭୨ ହଜାର ୮୮୧ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୭୪ ହଜାର ୮୫୭ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । 

Leave A Reply

Your email address will not be published.