ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ

ପାଟଣା ୧୨।୦୩ : ପୋଲିସକୁ ଆକ୍ରମଣ ଘଟଣା । ୪ ମହିଳାଙ୍କ ସମେତ ୧୩ଜଣ ଆକ୍ରମଣକାରୀଙ୍କୁ ଗିରଫ କଲା ପୋଲିସ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଆଗକୁ ଏହି ସଂଖ୍ୟା ବଢିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀର ସମର୍ଥକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ବିବାଦକୁ ଏଡାଇବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଉତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିଥିଲା । ଲୋକଙ୍କ ଆକ୍ରମଣରେ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ  ହାତ ଭାଙ୍ଗିଥିବା ବେଳେ ତିନି ମହିଳା ପୋଲିସ ଆହତ ହୋଇଥିଲେ । ଏବେ ଏହି ଘଟଣାରେ ପୋଲିସ ୧୩ ଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.