ନିର୍ବାଚନ ହାରିବା ପରେ ନବ୍‌ଜୋତ୍‌ ସିଦ୍ଧୁଙ୍କୁ ଟାର୍ଗେଟ୍‌ କଲେ କେଆରକେ

ନୂଆଦିଲ୍ଳୀ ୧୨।୦୩ : କେଆରକେ ତାଙ୍କ ବିବାଦୀୟ ବୟାନ ପାଇଁ ସବୁବେଳେ ରର୍ଚ୍ଚାରେ ରହିଥାନ୍ତି। କେଆରକେ ବିବାଦ ସହ ତାଙ୍କର ରହିଛି ଗଭୀର ସମ୍ପର୍କ ।ସେ ସବୁବେଳେ କୌଣସି ନା କୌଣସି ସେଲିବ୍ରିଟଙ୍କୁ ନେଇ ନିଜ ଟାର୍ଗେଟ୍‌ରେ ରଖନ୍ତି। ଏବେ ତାଙ୍କୁ ଦେଖି ବିବାଦୀୟ ବୟାନ ଦିଅନ୍ତି । ବର୍ତ୍ତମାନ ତାଙ୍କର ଏହି ତାଲିକାରେ ସାମିଲ୍‌ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ନିର୍ବାଚନୀ ହାରିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ସିଦ୍ଧୁଙ୍କୁ ନେଇ ଏକ ଟୁଇଟ୍ କରିଛନ୍ତି। ଯାହା ବର୍ତ୍ତମାନ ଖୁବ୍ ଆଲୋଚନା ହେଉଛି। କେଆରକେ କହିଛନ୍ତି ପଞ୍ଜାବ ବିଧାନସଭାରେ ପରାଜୟ ହେବା ପରେ ସିଦ୍ଧୁଙ୍କ କ୍ୟାରିୟର ଶେଷ ହୋଇଯାଇଛି। ଏହା ସହ ସେ ଆହୁରୀ ଲେଖିଛନ୍ତି, ‘ପଲଟିମାର ନବଜୋତ ସିଂହ ସିଦ୍ଧୁଙ୍କୁ ଆପର ପ୍ରାର୍ଥୀ ପରାସ୍ତ କରିଛନ୍ତି । ଏହା ସହିତ ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି। ଏବେ ଆପଣ ‘ଦ କପିଲ ଶର୍ମା ଶୋ’ରେ ତାଙ୍କୁ ଦେଖିବାକୁ ପାଇବେ। କେଆରକେଙ୍କ ଏହି ଟ୍ୱିଟରେ ୟୁଜର୍ସମାନେ ମଜା ନେଉଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏବେ କପିଲ ଶର୍ମାଙ୍କ ଶୋ’ରେ ମଧ୍ୟ ସିଟ୍ ଖାଲି ନାହିଁ। ଅନ୍ୟ ଜଣେ ଲେଖିଛନ୍ତି, ଅର୍ଚ୍ଚନାଙ୍କ ସିଟ୍ ସଙ୍କଟରେ। ଏହି ମିମ୍ସ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

Leave A Reply

Your email address will not be published.