କଂଗ୍ରେସରେ ଫାଟ : ସବୁଠି ହାରିଲା ପରେ ବୈଠକ କଲେ ଜି-୨୩ ନେତା

ନୂଆଦିଲ୍ଲୀ,୧୨/୦୩: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ କଂଗ୍ରେସ ସଙ୍ଗଠନରେ ଏବେ ବିବାଦ ତେଜିବାରେ ଲାଗିଛି । ଦଳର ବରିଷ୍ଠ ନେତା (ଜି-୨୩) ମାନେ ଖୁବଶୀଘ୍ର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିବା ଲାଗି ଦାବି କରିଛନ୍ତି । ଏଥିସହ ସେମାନେ ତୁରନ୍ତ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ବୈଠକ ଡାକି ଦଳରେ ସଂସ୍କାର ଆଣିବାକୁ ମଧ୍ୟ କହିଛନ୍ତି । ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଶୁକ୍ରବାର ଅନ୍ୟତମ ନେତା କପିଲ ଶିବଲ ଓ ମନୀଷ ତିୱାରୀ ଏକ ବୈଠକରେ ଏକାଠି ହୋଇଥିଲେ । ବୈଠକରେ ବିଧାନସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଓ ଆଗାମୀ ଭବିଷ୍ୟତ ନେଇ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ, ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହୋଇଥିଲା । ଦଳ କେଉଁଠି ବି ଭଲ ପ୍ରଦର୍ଶନ କରିପାରିନଥିଲା । ୟୁପିରେ ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ ପଞ୍ଜାବରେ ସରକାରରେ ଥିଲେ ବି ନିର୍ବାଚନରେ ମାଟି କାମୁଡଥିଲା ।

Leave A Reply

Your email address will not be published.