୬୦ କିଲୋମିଟର ଭିତରେ ଥିବା ଦ୍ୱିତୀୟ ଟୋଲ ପ୍ଲାଜା ହଟିବ

ନୂଆଦିଲ୍ଲୀ ୨୩/୦୩: ଜାତୀୟ ରାଜପଥରେ ୬୦ କିଲୋମିଟର ଭିତରେ ପୁଣି ଥରେ ଦେବାକୁ ପଡ଼ିବନି ଟୋଲ୍ ଫି। କେନ୍ଦ୍ର ଏନେଇ ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ପାର୍ଲାମେଣ୍ଟରେ ନିଜର ବକ୍ତବ୍ୟ ରଖୁଥିବା ବେଳେ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ଏହି ନିୟମ ପାଳନ କରାଯିବ ବୋଲି ସେ କହିଛନ୍ତି । ଯଦି ୬୦ କିଲୋମିଟର ଭିତରେ ଦ୍ବିତୀୟ ଟୋଲ୍ ପ୍ଲାଜା ରହିଛି ତେବେ ଏହାକୁ ହଟାଇ ଦିଆଯିବ । ସେହିପରି ଟୋଲ୍ ପ୍ଲାଜା ନିକଟରେ ରହୁଥିବା ଲୋକମାନେ ସେମାନଙ୍କର ଆଧାର କାର୍ଡ ଜରିଆରେ ଟୋଲ୍ ପ୍ଲାଜାରୁ ରିହାତି ପାଇପାରିବେ। ସଡ଼କ ପରିବାହନ କ୍ଷେତ୍ରରେ ଖର୍ଚ୍ଚ ଦାବି ଉପରେ ଆଲୋଚନା କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.