ଆସୁଛି ଟ୍ରେଣ୍ଡ୍ ପରେ ଟ୍ରେଣ୍ଡ୍, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ

ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ୍ ପରେ ଟ୍ରେଣ୍ଡ୍ । ସକାଳ ୧୦ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ଏବେର ଟ୍ରେଣ୍ଡରେ ୭୧ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ ବିଜେପି ୧୭ ଆସନରେ ଆଗେଇ ଚାଲିଛି । ସେହିପରି ୧୦ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଛନ୍ତି । ଅନ୍ୟପଟେ ପଞ୍ଚାୟତ ଭଳି ପୌର ନିର୍ବାଚନରେ କଂଗ୍ରେସ ‘ହାତ’ ପଛରେ ପଡ଼ିଛି । ଦଳ ଏଯାବତ୍ ୬ଟି ଆସନରେ ଧିରେ ଧିରେ ଆଗୁଆ । ତେବେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି । ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି । କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ମଧ୍ୟ ରହିଛନ୍ତି । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର ।

Leave A Reply

Your email address will not be published.