ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ନୀଳଗିରି ୨୬।୦୩ : ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା । ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚୁଲିଙ୍ଗେଶ୍ୱର ରାସ୍ତା କଡମ୍ବସାହି ନିକଟରେ ଥିବା ଏକ ବିଲରୁ ଠାବ ହୋଇଛି ମୃତଦେହ । ମିଳିନି ପରିଚୟ । ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ରାସ୍ତାକଡ଼ରେ ଥିବା ଏକ ବିଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ବିଲରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ତେବେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ଅମାନୁସିକ ଭାବେ ହତ୍ୟା କରାଯାଇଥିବା ପାରିପାଶ୍ୱିକ ସ୍ଥିତିରୁ ଜଣାପଡିଛି । ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ । ସେପଟେ ଯୁବକଙ୍କୁ କିଏ ହତ୍ୟା କରିଛି ? ଆଉ କାହିଁକି ହତ୍ୟା କରିଛି ?  ତାହାର ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା କରିଛନ୍ତି ।  

Leave A Reply

Your email address will not be published.