ଦ୍ୱିତୀୟ ପାଳିରେ ଯୋଗୀଙ୍କ ପ୍ରଥମ ବଡ ଘୋଷଣା 

ଉତ୍ତରପ୍ରଦେଶ : ଗତ କାଲି ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ  । ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରିବା ପରେ ଆଜି କରିଛନ୍ତି ଏକ ବଡ ଘୋଷଣା  । ଶନିବାର ଏକ ଔପଚାରିକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସିଖବର । ପୂର୍ବରୁ ଏଠିକାର ଗରୀବ ଶ୍ରେଣୀ ଲୋକଙ୍କୁ ଯେଉଁ ମାଗଣା ରାସନ୍ ସାମଗ୍ରୀ ମିଳୁଥିଲା ଏହି ଯୋଜନାକୁ ଅଧିକ ୩ ମାସ ବଢାଇଦିଆଯିବାକୁ ଯୋଗୀ ଘୋଷଣା କରିଛନ୍ତି । ଆଜିର କ୍ୟାବିନେଟ ବୈଠକ ପରେ ଯୋଗୀଙ୍କ ସହ ଏକାଠି ଆସିଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ । ଏହି ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କରୋନା କାଳରେ ଆରମ୍ଭ ହୋଇଥିବା ଫ୍ରି ରାସନ୍ ଯୋଜନାକୁ ଆହୁରି ଅଧିକ ୩ ମାସ ଯାଏଁ ବୃଦ୍ଧି କରାଯିବ । ଏହାଦ୍ୱାରା ରାଜ୍ୟର ୧୫ କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ରାଜ୍ୟର ୧୫ କୋଟି ଲୋକଙ୍କ ଜୀବନ ବଦଳିଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ । ଏହାସହ ଯୋଗୀ ସରକାର ସବୁବେଳେ ଗରୀବଙ୍କୁ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବୃଜେଶ ପାଠ୍ ।

Leave A Reply

Your email address will not be published.