ପଶ୍ଚିମବଙ୍ଗ ବିଧାନସଭାରେ ମାରପିଟ୍

କୋଲକାତା ୨୮/୦୩ : ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ଆଜି ପଶ୍ଚିମବଙ୍ଗ ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ ଥିବାବେଳେ ଏଭଳି ହଙ୍ଗାମା ଦେଖିବାକୁ ମିଳିଛି । ବିଧାନସଭାରେ ତ୍ରୁଣମୂଳ କଂଗ୍ରେସ ଓ ବିଜେପି ନେତା ମୁହାଁମୁହିଁ ଧସ୍ତାଧସ୍ତି ଫଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । କେହି ଶୁଣିଲେନି ବାଚସ୍ପତି କଥା । ଜଣଙ୍କ ଉପରେ ଜଣେ ଚଢ଼ିଗଲେ । ଏପରିକି ହାତ ମଧ୍ୟ ଉଠାଇଲେ। କଥା କଟାକଟି ଠାରୁ ଆରମ୍ଭ କରି ମାରପିଟ୍ ଯାଏଁ ମଧ୍ୟ ଗଲା କଥା । ବିଧାନସଭାରେ ତ୍ରୁଣମୂଳ କଂଗ୍ରେସ ବିଧାୟକ ଓ ବିଜେପି ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।ସୂଚନା ଅନୁସାରେ ବିଜେପି ବିଧାୟକ ମନୋଜ ତ୍ୟାଗୀ ଏବଂ ଟିଏମ୍ସି ବିଧାୟକ ଅସିତ ମଜୁମଦାରଙ୍କ ମଧ୍ୟରେ ଲଢ଼େଇ ହୋଇଛି। ଏଥିରେ ବିଧାୟକ ଅସିତ ମଜୁମଦାର ଆହତ ହୋଇଥିବା କୁହାଯାଉଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କଥିତ ଆକ୍ରମଣ ପରେ ବିଜେପି ବିଧାୟକମାନେ ବିଧାନସଭାରୁ ବାହାରୁ ଆସି ଯାଇଛନ୍ତି। ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ବୀରଭୂମଙ୍କ ଉପରେ ଆଲୋଚନା କରିବାକୁ ଚାହୁଁଥିଲେ, ଏହାକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା। ଏହାପରେ ଟିଏମସି ବିଧାୟକମାନେ ତାଙ୍କୁ ଧକ୍କା ମାରିବା ସହ ମାଡ ମାରିବା ଆରମ୍ଭ କରିଥିଲେ। ବିଧାନସଭା ବାହାରେ ବିରୋଧ ସମୟରେ ବିଜେପି ବିଧାୟକ ମନୋଜ ତ୍ୟାଗୀ କହିଛନ୍ତି ଯେ ଟିଏମସି ବିଧାୟକମାନେ ତାଙ୍କୁ ପ୍ରଥମେ ଠେଲାପେଲା କରିଥିଲେ। ଏହାପରେ ମାଡ ମାରିଥିଲେ। ସେ ତାଙ୍କ ସାର୍ଟ ଚିରିଯାଇଥିବା ବିଷୟରେ ମଧ୍ୟ କହିଥିଲେ।

Leave A Reply

Your email address will not be published.