ଆଜି ଆସିବ କାମଚଳା ବଜେଟ

ଭୁବନେଶ୍ୱର ୩୦।୦୩:  ବୁଧବାର ବିଧାନସଭାରେ ଆଗତ ହେବ କାମଚଳା ବଜେଟ । ଅପରାହ୍ଣରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କାମଚଳା ବଜେଟ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ତେବେ ଅର୍ଥମନ୍ତ୍ରୀ ପ୍ରଥମେ ବାର୍ଷିକ ବଜେଟ ଆକଳନ ଉପସ୍ଥାପନ କରିବେ । ପରେ ଅନ୍ୟ ଏକ ପ୍ରସ୍ତାବରେ ୧ ଲକ୍ଷ ୬ ହଜାର ୪୯୭ କୋଟି ରଙ୍କାର ଭୋଟ ଅନ୍ ଆକାଉଣ୍ଟ ଗ୍ରାଣ୍ଟ ଗୃହର ଅନୁମତି ପାଇଁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏହା ଆସନ୍ତାକାଲି ବ୍ୟୟମଞ୍ଜୁରୀ ବିଲ ଆକାରରେ ଅନୁମୋଦନ ଲାଭ କରିବ । ଆସନ୍ତା ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ୧୮ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ କୋଟି ଟପିବ ବୋଲି ଆଶା କରାଯାଉଛି । ତେବେ ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସ୍ତଶକ୍ତି କାରଣ, ଯୋଗାଣ ଓ ଖାଉଟି କଲ୍ୟାଣ, ଗଣ ଶିକ୍ଷା, ଉଚ୍ଚ ଶିକ୍ଷା, ଶକ୍ତ, ଶିଳ୍ପ, ସମବାୟ , ସୂକ୍ଷ୍ମ,କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.