ଟ୍ରେନ ରହଣି ଦାବିରେ ରେଳ ରୋକ, ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

କୁଚିଣ୍ଡା ୩୦।୦୩: ଟ୍ରେନ ରହଣି ଦାବିରେ ରେଳ ରୋକ। ସମ୍ବଲପୁର ବାମରା ଠାରେ ରେଳ ରହଣି ଦାବିରେ ରେଳ ରୋକ ଚାଲିଛି। ସ୍ଥାନୀୟ ବାସିନ୍ଦା ଓ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ମିଳିତ ଭାବେ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀ ରେଳ ଧାରଣାକୁ ଆନ୍ଦୋଳନ କରିବାକୁ ଆସୁଥିବା ବେଳେ ପୋଲିସ ଓ ଆନ୍ଦୋଳନ କାରୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି l ପୋଲିସ- ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି l ଖବର ଅନୁଯାୟୀ, ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ବାମରା ଷ୍ଟେସନଠାରେ ହାୱଡା ଟିଟିଲାଗଡ଼ ସୁପର ଫାଷ୍ଟ ଇସ୍ପାତ ଏକ୍ସପ୍ରେସ, ପୁରୀ ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ, ଧନବାଦ ଏଲିପି ଏକ୍ସପ୍ରେସ, ସମ୍ବଲପୁର ଜମ୍ମୁ- ତାବି-ମୁରି-ଏକ୍ସପ୍ରେସ, ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସ ଆଦି ଟ୍ରେନ ରହଣି ଦାବିରେ ଏହି ରେଳ ରୋକ ଚାଲିଛି । ସେହିପରି ରାଉରକେଲା ଜଗଦଲପୁର କୋରାପୁଟ ଏକ୍ସପ୍ରେସ, ହାଓ୍ବଡା ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ, ରାଜେନ୍ଦ୍ର ନଗର ଦୁର୍ଗ ଏକ୍ସପ୍ରେସର ସ୍ଥାୟୀ ରହଣି ଦାବି କରିଛନ୍ତି ଆନ୍ଦୋଳନକାରୀ। ଏଥିସହ ଦୁଇଟି ନୂତନ ଟ୍ରେନ ରାଉରକେଲା ଜଗଦଲପୁର କୋରାପୁଟ ଏକ୍ସପ୍ରେସ ଓ ସମ୍ବଲପୁର ବନାରସ ଏକ୍ସପ୍ରେସର ରହଣି ଦାବି ହୋଇଛି । କେବଳ ସେତିକି ନୁହେଁ ରେଲୱେ ଲାଇନରେ ଓଭର ବ୍ରିଜ କିମ୍ବା ଭୂତଳ ରାସ୍ତା କରିବାକୁ ଦାବି ହୋଇଛି।

Leave A Reply

Your email address will not be published.