ପୁଷ୍କର ସିଂ ଧାମି ସରକାରରେ ହେଲା ବିଭାଗ ବଣ୍ଟନ

ଡେରାଡୁନ ୨୯/୦୩ : ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିବାର ୬ଦିନ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରିବା ସହିତ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି। ଧାମି ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ ଗୃହ, କାର୍ମିକ, ଉର୍ଜା, ଔଦ୍ୟୋଗିକ ବିକାସ ଓ ଖନନ, ଅବକାରୀ ବିଭାଗ ସହିତ ଅନ୍ୟ ୨୩ଟି ବିଭାଗର ଦାୟିତ୍ୱ ନେଇଛନ୍ତି। ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜଙ୍କୁ ଦିଆଯାଇଛି ।      ମଙ୍ଗଳବାର ବିଳମ୍ବିତ ରାତିରେ ବିଜେପିର ହାଇକମାଣ୍ଡଙ୍କ ସବୁଜ ସଙ୍କେତ ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୋର୍ଟ ଫୋଲିଓ ଗୋପନ ବିଭାଗ ଦ୍ୱାରା ରାଜଭବନକୁ ମଞ୍ଜୁରି  ପ୍ରଦାନ ପାଇଁ ପଠାଯାଇଥିଲା । କିଛି ସମୟ ପରେ ରାଜଭବନରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟ ସଚିବ ଏସ. ଏସ. ସନ୍ଧୁ ଦସ୍ତଖତରେ ଏହି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜ ଦାୟିତ୍ୱରେ ରଖିଛନ୍ତି ଏହି ସବୁ ବିଭାଗ :~କାର୍ମିକ ଓ ଅଖିଳ ଭାରତୀୟ ସେବା ସଂସ୍ଥାପନା ବିଷୟକ କାର୍ଯ୍ୟ, ଜନ ସେବା ସତର୍କତା, ସୁଶାସନ, ଭ୍ରଷ୍ଟାଚାର ବିରୋଧି ଜନସେବା,   ସଚିବାଳୟ ପ୍ରଶାସନ, ସାମାନ୍ୟ ପ୍ରଶାସନ, ନିଯୁକ୍ତି, ରାଜ୍ୟ ସମ୍ପତ୍ତି, ସୂଚନା ଗୃହ, କାରାଗାର, ନାଗରିକ ସୁରକ୍ଷା, ଗୃହରକ୍ଷି ଓ ଅର୍ଦ୍ଧ ସୈନିକ କଲ୍ୟାଣ, ରାଜସ୍ୱ, ଔଦ୍ୟୋଗିକ ବିକାସ ଓ ଖନନ, ଶ୍ରମ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପାନୀୟ ଜଳ, ଶକ୍ତି ଓ ବୈକଳ୍ପିକ ଶକ୍ତି, ଆୟୁଷ, ଅବକାରୀ, ନ୍ୟାୟ, ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟାବରଣ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ।

Leave A Reply

Your email address will not be published.