ମ୍ୟାଜିକ୍ ନମ୍ବରଠୁ ପଛରେ ଇମ୍ରାନ ଖାନ : ନୂଆ ପ୍ରଧାନମନ୍ତ୍ରୀ ଦୌଡରେ ନୱାଜ ସରିଫଙ୍କ ଭାଇ

ଭୁବନେଶ୍ୱର: ପାକିସ୍ତାନ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଇମ୍ରାନ ସରକାର ଗାଦିଚ୍ୟୁତ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ ଇମ୍ରାନ ଖାନଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ଆଉ ୮ ସାଂସଦଙ୍କ ସମର୍ଥନ କମ ରହିଛି । ସରକାର ବଂଚାଇବା ପାଇଁ ଇମ୍ରାନଙ୍କୁ ୧୭୨ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି । ହେଲେ ତାଙ୍କ ପାଖରେ ଏବେ ୧୬୪ ସାଂସଦଙ୍କ ସମର୍ଥନ ରହିଛି । ଦେଶବାସୀଙ୍କୁ ଇମ୍ରାନ ଖାନ ସନ୍ଧ୍ୟାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶେଷ ଶେଷ ମୂହୁର୍ତରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । କୁହାଯାଉଥିଲା ଆସ୍ଥା ଭୋଟ ପୂର୍ବରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଭଳି ବଡ ପଦକ୍ଷେପ ନେଇପାରନ୍ତି ଇମ୍ରାନ ଖାନ । କିନ୍ତୁ ସନ୍ଧ୍ୟାରେ ଇମ୍ରାନ ଖାନଙ୍କୁ ସେନା ମୁଖ୍ୟ କମର ଜାଭେଦ ବାଜୱା ଭେଟିବା ପରେ ଦେଶକୁ ସମ୍ବୋଧନ କାର୍ଯ୍ୟକ୍ରମ ବାତିଲ କରି ଦଆଯାଇଛି । ପାକିସ୍ତାନର ରାଜନୈତିକ ସଙ୍କଟ ମଧ୍ୟରେ କିଏ ହେବ ନୂଆ ପ୍ରଧାନମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ବିରୋଧୀ ଦଳର ନେତା ସେହେବାଜ ସରିଫ୍ । ଇମ୍ରାନ ଖାନ ସରକାର ଏବେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି । ବିରୋଧୀ ଦଳ ନେତା ସେହେବାଜ ସରିଫ୍ ଖୁବଶୀଘ୍ର ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଛନ୍ତି ପାକିସ୍ତାନ ପିପୁଲସ ପାର୍ଟିର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ।

Leave A Reply

Your email address will not be published.