ପୁଣି ମୋଦିଙ୍କ ସହାୟତା ଲୋଡିଲା ୟୁକ୍ରେନ୍

ଭୁବନେଶ୍ୱର: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ୟୁକେନ ମନ୍ତ୍ରୀ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି ଏବଂ ଋଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଆଲୋଚନା ପାଇଁ ମୋଦିଙ୍କୁ ମଧ୍ୟସ୍ତି ସାଜିବାକୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡାମିଟ୍ରୋ କୁଲେବା ନିବେଦନ କରିଛନ୍ତି । ଯଦି ମୋଦି ମଧ୍ୟସ୍ତି ସାଜିବାକୁ ଆଗ୍ରହ ପ୍ରକାଶ କରନ୍ତି ତେବେ ଆମେ ତାଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବୁ । ୠଷିଆ- ଭାରତ ମଧ୍ୟରେ ଥିବା ଦୃଢ ସମ୍ପର୍କର ବିନିଯୋଗ କରି ପୁଟିନଙ୍କୁ ଯୁଦ୍ଧ ରୋକିବା ପାଇଁ ମନାଇବାକୁ ମୋଦିଙ୍କୁ ନିବେଦନ କରିଛନ୍ତି କୁଲେବା । ସେ କହିଛନ୍ତି, ଋଷିଆର କୌଣସି ବି ନିଷ୍ପତି ପୁଟିନ୍ ନିଅନ୍ତି । ତେଣୁ କିପରି ଯୁଦ୍ଧ ବନ୍ଦ ହେବ ସେନେଇ ମୋଦି ପୁଟିନଙ୍କ ସହ ସିଧାସଳଖ କଥା ହେବା ପାଇଁ କହିଛନ୍ତି ୟୁକ୍ରେନ ମନ୍ତ୍ରୀ । ପୁଟିନଙ୍କୁ ଇଙ୍ଗିତ କରି ବିଶ୍ୱରେ କେବଳ ଜଣେ ବ୍ୟକ୍ତି ଯୁଦ୍ଧ ଚାହୁଁଛନ୍ତି ବୋଲି କହିଛନ୍ତି କୁଲେବା । ସେ ଆହୁରୀ କହିଛନ୍ତି, ଭାରତୀୟ ସାମଗ୍ରୀର ୟୁକ୍ରେନ ହେଉଛି ଏକ ବିଶ୍ୱାସଯୋଗ୍ୟ ଗ୍ରାହକ । ଭାରତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ୟୁକେନ୍ ବଦ୍ଧପରିକର । ସୂର୍ଯ୍ୟମୁଖୀ ତେଲ, ଶସ୍ୟ ଏବଂ ଅନ୍ୟ ସାମ୍ରଗୀ ଯୋଗାଇ ଆସିଛି । ଏହାଦ୍ୱାରା ଉଭୟ ଦେଶ ଉପକୃତ ହେଉଛି ।

Leave A Reply

Your email address will not be published.