ୟୁକ୍ରେନକୁ ସହାୟତା ପ୍ରଦାନ କଲା ଆମେରିକା

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନକୁ ଆଉ ୫୦୦ ମିଲିୟନ ଡଲାର ଅବା ୩ ହଜାର ୭୯୦ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦେଇଛି । ଋଷର ଆକମଣର ସାମ୍ନା କରିବାକୁ ମିଲିଟାରୀ କ୍ଷେତ୍ରରେ ୟୁକ୍ରେନକୁ ଅଧିକ ସହଯୋଗ କରିବା ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି ମଧ୍ୟରେ ଆଲୋଚନା ହୋଇଛି । ବୁଧବାର ଉଭୟ ଦେଶର ନେତା ଫୋନରେ ୫୫ ମିନିଟ୍ କଥା ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଆମେରିକା ଏବଂ ଅନ୍ୟ ସହଯୋଗୀ ରାଷ୍ଟ୍ର ଗୁଡିକର ପଦକ୍ଷେପ ଉପରେ ଜେଲେନସ୍କି ଏବଂ ବାଇଡେନ କହିଛନ୍ତି । ଋଷିଆ ଉପରେ ଅଧିକ କଟକଣା ଲଗାଇବା ପାଇଁ ଆମେରିକା ଚେଷ୍ଟା କରୁଥିବା ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି । ତେବେ ଆମେରିକା କଂଗ୍ରେସ ପକ୍ଷରୁ ୟୁକ୍ରେନକୁ ୧୩ ଦଶମିକ୍ ୬ ବିଲିୟନ ଡଲାର ଅବା ୧ ଲକ୍ଷ ୩ ହଜାର ୯୭ କୋଟିରୁ ଅଧିକ ଟଙ୍କାର ସହାୟତା କରିଥିଲା । ଏପଟେ ଋଷ-ୟୁକ୍ରେନର ମଧ୍ୟରେ ବୁଝାବଣା ପାଇଁ ହୋଇଥିବା ଆଲୋଚନା ଏତେଟା ଫଳପ୍ରଦ ହୋଇନଥିବା କହିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ । ଏପରି ସ୍ଥଳେ ଏପ୍ରିଲ ୧ରେ ଅନଲାଇନରେ ଉଭୟ ଦେଶ ମଧ୍ୟରେ ଶାନ୍ତି ନେଇ କଥାବର୍ତା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ପୂର୍ବରୁ ଆମେରିକାର ଷ୍ଟେଟ୍ ସେକ୍ରେଟେରୀଙ୍କ ସହ କଥା ହୋଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ବିଶ୍ୱ ଅର୍ଥନିିତି ଏବଂ ୟୁକେନର ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଟୁଇଟ କରି ସୂଚନା ଦେଇଛନି ଜୟଶଙ୍କର ।

Leave A Reply

Your email address will not be published.