ଅନଗୁଳ ଆରମ୍ଭ ହେଲା ରାହାଗିରି

ଅନୁଗୁଳ ୦୧/୦୪ : କୋଭିଡର ଦୁଇ ବର୍ଷର ବ୍ୟବଧାନ ପରେ ଅନଗୁଳ ଆରମ୍ଭ ହେଲା ରାହାଗିରି । ନାଚ,ଗୀତ, ପେଣ୍ଟିଙ୍ଗ ଏବଂ ସେଲ୍ଫିର ମଜା ନେଲେ ସହରବାସୀ । ଆଜି ମଧ୍ୟ ଅନଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ । ଏହି ଅବସରରେ ସହରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଜିଲ୍ଲା ପ୍ରଶାସନ । ଅନଗୁଳର ଜଗନ୍ନାଥ ମନ୍ଦିର ସାମ୍ନାରେ ରାହାଗିରିର ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ । କୋଭିଡ କଟକଣା ମଧ୍ୟରେ ଲୋକମାନେ ୨ ବର୍ଷ ବିତାଇ ମାନସିକ ଚାପରେ ରହୁଥିଲେ । ଏତିକିବେଳେ ରାହାଗିରି ଅନଗୁଳ ସହର ବାସୀଙ୍କୁ ବେଶ ଖୁସି ଦେଇଥିବା ସହର ବାସୀ କହିଛନ୍ତି । ରାହାଗିରିରେ କିଏ ଯୋଗାସନ କରୁଥିଲେ ତ କିଏ ପେଣ୍ଟିଙ୍ଗ । ଆଉ କେହି କେହି ରାପ ଏବଂ ପାରମ୍ପରିକ ନୃତ୍ୟରେ ସହରବାସୀଙ୍କ ମନ କିଣୁଥିଲେ ।

Leave A Reply

Your email address will not be published.