ଜୁଲାଇ ୧୭ରେ ନିଟ୍ ପରୀକ୍ଷା 

ନୂଆଦିଲ୍ଲୀ ୦୭/୦୪:  ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଜୁଲାଇ ୧୭ରେ ନିଟ୍ ପରୀକ୍ଷା। ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ପରୀକ୍ଷା ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀ https://neet.nta.nic.in/ ମାଧ୍ୟମରେ ଆବେଦନ କରିପାରିବେ। ଯାହାକି ମେ’ ୬ ପର୍ଯ୍ୟନ୍ତ ଚାଲିବ। ମେ’ ୭ ତାରିଖ ରାତି ୧୧ଟା ୫୦ ସୁଦ୍ଧା ଆବେଦନକାରୀ ଅନ୍ ଲାଇନ୍ ରେ ଫି’ ଦାଖଲ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ। ଜଣେ ଆବେଦନକାରୀ କେବଳ ଗୋଟିଏ ଆବେଦନ କରିପାରିବେ। ଦେଶର ୫୪୩ ସେଣ୍ଟର ସମେତ ବିଦେଶର ୧୪ଟି ସହରରେ ପରୀକ୍ଷା କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ଏନ୍ ଟିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆବୁଧାବି, ବ୍ୟାଙ୍କଙ୍କ୍ , କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, କ୍ବୁଲାଲମ୍ବପୁର, କ୍ବଏତ୍ ସହର, ଲା ଗୋସ୍ , ମାନାମା, ମାସ୍କର୍ଟ, ରିୟାଦ, ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଗତବର୍ଷ ପରି ଏଥର ମଧ୍ୟ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟଲମ୍ , ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।  

Leave A Reply

Your email address will not be published.