ଛାଡପତ୍ର ପରେ ପୂର୍ବ ସ୍ବାମୀ ନାଗାଙ୍କୁ ମନେ ପକାଇଲେ ସାମନ୍ଥା

ଛାଡପତ୍ର ପରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କୁ ମନେ ପକାଇଲେ ସାଉଥ ସୁନ୍ଦରୀ ସାମନ୍ଥା। ଅଲଗା ହେବା ପରେ ଦୁହେଁ ଦୁହିଁଙ୍କ ଚାହିଁ ନାହାନ୍ତି । ନିଜ ନିଜ ରାସ୍ତାରେ ବାଛି ନେଇଛନ୍ତି । ହେଲେ ବର୍ତ୍ତମାନ ଛାଡପତ୍ର ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ସାମନ୍ଥା। ତାହା ପୁଣି ନାଗାଙ୍କୁ ନେଇ । ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଏକ ରାଗିଥିବା ଫଟୋ ସେୟାର କରିଛନ୍ତି। ପ୍ରକୃତରେ ତାଙ୍କ ଫିଲ୍ମ ‘ମଜିଲି’କୁ ୩ ବର୍ଷ ପୂର୍ତ୍ତି ହେବା ଖୁସିରେ ସେ ଏହି ଫଟୋ ଅପ୍‌ଲୋଡ କରିଛନ୍ତି। ଏଥିରେ ନାଗାଙ୍କୁ ଏଙ୍ଗ୍ରି ୟଙ୍ଗ ମ୍ୟାନ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ସାମନ୍ଥା ଓ ନାଗାଙ୍କ ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି। ଛାଡପତ୍ର ପରେ ସାମନ୍ଥା ଓ ନାଗା ଉଭୟ ଦେଖା ସକ୍ଷାତ କରିନାହାନ୍ତି। ଏମିତିକି ଗୋଟିଏ ଶୁଟିଂ ସେଟ୍‌ରେ ଥାଇ ମଧ୍ୟ ପରସ୍ପର ଠାରୁ ମୁହଁ ଲୁଚାଉଛନ୍ତି । ହେଲେ ଏତେ ଦିନ ପରେ ଏବେ ସାମନ୍ଥା ପ୍ରଥମ କରି ନାଗାଙ୍କୁ ନେଇ ପୁଣି ଆକ୍ଟିଭ ହୋଇ ପଡିଛନ୍ତି।

Leave A Reply

Your email address will not be published.