ଆଜି ଭୁବନେଶ୍ୱର ଡେପୁଟି ମେୟର ନିର୍ବାଚନ, ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ନିଶ୍ଚିତ !

ଭୁବନେଶ୍ୱର ୦୯।୦୪ : ଆଜି ଭୁବନେଶ୍ବର ଡେପୁଟି ମେୟର ନିର୍ବାଚନ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି ହାତକୁ ଏହି ପଦ ଯିବା ନିଶ୍ଚିତ। କିନ୍ତୁ କିଏ ବିଜେଡିର ପ୍ରାର୍ଥୀ ହେବ, ସେହି ରହସ୍ୟ ଉପରୁ ଏ ଯାଏ ପରଦା ଉଠିନି। ଖବର ଅନୁଯାୟୀ, ବିଏମ୍ ସି ନିର୍ବାଚନରେ ମେୟର ପଦବି ସହ ୪୮ କର୍ପୋରେଟର ପଦ ଦଖଲ କରିଛି ବିଜେଡି। ଦୁଇ ସ୍ବାଧୀନ କର୍ପୋରେଟର୍ ମିଶିଲା ପରେ ସଂଖ୍ୟା ୫୦ ଛୁଇଁଯାଇଛି। ଆଗକୁ ଆହୁରି ଅଧିକ ସ୍ବାଧୀନ କର୍ପୋରେଟର୍ ବିଜେଡିରେ ମିଶିବାର ସମ୍ଭାବନା ରହିଛି। ତେଣୁ ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ନିଶ୍ଚିତ। ଡେପୁଟି ମେୟର ପଦବିରେ ଜଣେ ପୁରୁଷ କର୍ପୋରେଟରଙ୍କୁ ବସାଇବାକୁ ଦଳ ଯୋଜନା କରିଥିବା କୁହାଯାଉଛି। ଆଶାୟୀ ଅନେକ । କିନ୍ତୁ ବିଜେଡି ନୂଆ ମୁହଁ ଦେବେ ବୋଲି ଚର୍ଚ୍ଚା ହେଉଛି । ବିଜେପି ପ୍ରାର୍ଥୀ ଦେବାକୁ ଅମଙ୍ଗ ଥିବାରୁ ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇପାରନ୍ତି । ତେବେ ସାଢେ ୯ଟାରେ ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେବେ ସୁଲୋଚନା ଦାସ । ଏହାସହ ୬୭ ନୂଆ କର୍ପୋରେଟର ମଧ୍ୟ ଶପଥ ନେବେ। ୧୦ଟାରେ ଡେପୁଟି ମେୟର ପଦ ଲାଗି ନାମାଙ୍କନ କରାଯିବ । ୧୦ଟାରୁ ୧୧ଟା ଯାଏ ନାମାଙ୍କନ ସରିବା ପରେ ୧୧ଟାରୁ ୧୨ଟା ଭିତରେ ନାମାଙ୍କନ ପ୍ରତ୍ୟାହାର କରାଯିବ ।

Leave A Reply

Your email address will not be published.