ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନ ଶିକ୍ଷକ

ବାଲିପାଟଣା ୧୧/୦୪: ନରିଶୋ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚାରଣ କରିବା ଘଟଣା । ଘଟଣାକୁ ନେଇ ତାତିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଉଭୟ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ତଡ଼ିବା ପାଇଁ ବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାନଯିବା ପଛରେ ଆପୋଷ ସମାଧାନ ସନ୍ଦେହ କରିଛନ୍ତି ଅଭିଭାବକ । ଯେଉଁଥିପାଇଁ ବିଦ୍ୟାଳୟ ପରିସରରେ ଘଟିଥିବା ଏହି କଳଙ୍କିତ ଘଟଣା ପଛରେ ଅନ୍ୟ କିଛି ଘଟଣା ରହିଛି ବୋଲି ସନ୍ଦେହ କରାଯାଉଛି । ତେବେ ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରିଣୀଙ୍କୁ ତୁରନ୍ତ ବିଦ୍ୟାଳୟରୁ ହଟାଇବା ସହ ଚାକିରୀରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ପ୍ରକାଶ ଥାଉ କି ଗତ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚାରଣ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାହା ଦେଖିଥିଲେ । ପରେ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଜିମା ଦେଇଥିଲେ ଗ୍ରାମବାସୀ । ପ୍ରଧାନ ଶିଷକ ଏବେ ଥାନାରେ ଅଟକ ଅଛନ୍ତି । ଅଭିଯୋଗକାରିଣୀ ଶିକ୍ଷୟତ୍ରୀଙ୍କ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ସିଆରପିସି ୧୬୪ କିମ୍ବା ପୋଲିସ ସାମ୍ନାରେ ସିଆରପିସି ୧୬୧ ରେ ବୟାନ ରେକର୍ଡ ପରେ ପୋଲିସ୍‌ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।

Leave A Reply

Your email address will not be published.