ଲଗାତର ପରାଜୟ ପରେ ଖେଳାଳିଙ୍କ ସହ କଥା ହେଲେ ନୀତା ଅମ୍ବାନୀ

ମୁମ୍ବାଇ, ୧୧/୦୪:  ଆଇପିଏଲରେ ଲଗାତର ଖରାପ ପ୍ରଦର୍ଶନ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଗୋଟିଏ ହେଲେ ମ୍ୟାଚ୍ ଏବେସୁଦ୍ଧା ଜିତି ନାହିଁ । ୫ ଥରର ଚାମ୍ପିଅନ ମୁମ୍ବାଇ ଜିତିବା ପାଇଁ ସଙ୍ଘର୍ଷ କରୁଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ସବୁ ମ୍ୟାଚ୍ ହାରିଛି ମୁମ୍ବାଇ । ଦଳ ପଏଣ୍ଟ ଟେବୁଲରେ ତଳ ଆଡୁ ଦ୍ୱିତୀୟରେ ରହିଛି । କୋଲକାତାଠୁ ହାରିବା ପରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ, ପରାଜୟ ହଜମ କରିହେଉ ନାହିଁ । ଏହାମଧ୍ୟରେ ମୁମ୍ବାଇ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛି ।  ଯେଉଁଥିରେ ମାଲିକାଣୀ ନୀତା ଅମ୍ବାନୀ ଫୋନରେ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢାଉଛନ୍ତି । ନୀତା କହିଛନ୍ତି ଯେ, ସେ ସମସ୍ତଙ୍କ ଉପରେ ବିଶ୍ୱାସ ରଖନ୍ତି । ଦଳ ନିଶ୍ଚିତ ଭାବେ ଆଗକୁ ବଢିବ । ଏହା ତାଙ୍କର ମନ କହୁଛି । ଏବେ ସେମାନେ କେବଳ ଆଗକୁ ଯିବେ । ନିଜ ଉପରେ ବିଶ୍ୱାସ ରଖିବା ସବୁଠାରୁ ବେଶୀ ଜରୁରୀ ।

Leave A Reply

Your email address will not be published.