ବଲାଙ୍ଗୀରରେ ଅସହ୍ୟ ତାତି

ବଲାଙ୍ଗୀର ୧୧/୦୪: ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ଖରାର ପ୍ରକୋପ । ଅସହ୍ୟ ତାତି ସାଙ୍ଗକୁ ଝାଞ୍ଜିମାଡରେ କଲବଲ ହେଲେଣି ଲୋକେ । ବଲାଙ୍ଗୀର ଜିଲ୍ଲାରେ ଏବେ ଅସହ୍ୟ ହେଲାଣି ତାତି । ସର୍ବାଧିକ ୪୨ ଡିଗ୍ରୀ ଉପରେ ରହୁଛି ତାତି । ଦିନ ୯ଟାରୁ ଖରାର ପ୍ରକୋପ ଏତେ ରହୁଛି ଯେ ବାହାରକୁ ବାହାରିବା ହେଉଛି ମୁସ୍କିଲ । ଖରା ସାଙ୍ଗକୁ ଝାଞ୍ଜି ପବନ ମାଡ଼ ଏବେ ଆହୁରି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଜିଲ୍ଲାରେ କ୍ରମାଗତ ଭାବରେ ତାତି ବଢ଼ିବଢ଼ି ଚାଲିଛି। ଟିଟିଲାଗଡ଼ ଓ ବଲାଙ୍ଗୀର ଉଭୟ ଦୁଇ ସହର ସବୁ ବେଳେ ଉତ୍ତପ୍ତ ସହର ରହୁଛି। ସେପଟେ ପାନୀୟ ଜଳ ସମସ୍ୟା ସହ ବିଦ୍ୟୁତ କାଟ ଲୋକଙ୍କ ବଢ଼ାଉଛି ଅସନ୍ତୋଷ।

Leave A Reply

Your email address will not be published.