ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣା

କଟକ ୧୧।୦୪ : କଟକ ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ ।  ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ । ମୃତକଙ୍କ ନାମ ଆୟୁର ଖାନ୍‌ ଓରଫ ଛୋଟୁ । ଯାହାର ସୋସିଆଲ୍‌ ମିଡିଆ ଷ୍ଟାଟସକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା ।ଖବର ଅନୁଯାୟୀ, ରବିବାର ଯୋବ୍ରା ଆନିକଟ ନିକଟରେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ୩ ସାଙ୍ଗ । ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଥିଲା । ପରେ ଉଦ୍ଧାର ଯୁବକଙ୍କୁ ଏସସିବିରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଚୂନ ଭାଟି ଚାରି ଘରିଆର ସାହିଲ ଖାନ୍ । ତାପର ଠାରୁ ନିଖୋଜ ଅନ୍ୟ ୨ ଜଣ (ମହମ୍ମଦ୍ ସିଦ୍ଦିକ୍ ଓ ଆୟୁର ଖାନ୍‌)ଙ୍କୁ ଖୋଜୁଥିଲା ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ । ଏବେ ଆୟୁର ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ରବିବାର ଦିନ ଛୋଟୁ ଫେସଵୁକରେ ଷ୍ଟାଟସ୍ ଅପଡେଟ୍ କରି ଲେଖିଥିଲେ, ସଵନେ ମୁଝେ ଛୋଡ୍ ଦିୟା,ଅଵ୍ ମୁଝେ ଜାନେ ଦୋ । ଏହାର କାରଣ କଣ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.