ବିଦ୍ୟୁତ ତାର ଚୋରି କରୁଥିଲେ: ମାଡିବସିଲେ  ଗ୍ରାମବାସୀ

ଭଦ୍ରକ ୧୨/୦୪: ସାଙ୍ଗ ହୋଇ ତାର ଚୋରି କରୁଥିଲେ । ଗାଁ ଲୋକଙ୍କ ହାବୁଡ଼ରେ ପଡିବାରୁ ଜଣେ ଦୌଡ଼ି ପଳାଇଲେ ଓ ଅନ୍ୟ ଜଣେ ଚୋର ତାର ବୋଝେଇ ଟ୍ରଲି ସହ ଧରାପଡିବାରୁ ଲୋକେ ଟ୍ରଲିରେ ବାନ୍ଧି ପକାଇଲେ । ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ୩୩ କେଭି ଲାଇନରୁ ବିଦ୍ୟୁତ ତାର ଚୋରି କରୁଥିବା ବେଳେ, ଜଣେ ବ୍ୟକ୍ତିକୁ କାବୁ କରିଛନ୍ତି ସ୍ଥାନୀୟ ଲୋକ । ଅନ୍ୟଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ, କାବୁ କରାଯାଇଥିବା ଲୋକଟିକୁ ବାନ୍ଧି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକ । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବୋରୋଳି ପଞ୍ଚାୟତ ଅଧିନସ୍ଥ କନ୍ୟାସାହି ନିକଟରେ ୩୩ କେଭି ବିଦ୍ୟୁତ ଲାଇନ ଯାଇଛି । ଗତକାଲି ରାତିରେ କିଛି ବ୍ୟକ୍ତି ତାର କୁ ଚୋରି କରି ଏକ ଟ୍ରଲି ଯୋଗେ ନେଇଯାଉଥିଲେ । ଏହି ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ହାବୁଡ଼ରେ ପଡିଯାଇଥିଲେ । ଜଣେ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ, ତାର ବୋଝେଇ ଟ୍ରଲି ସହ ବ୍ୟକ୍ତି ଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ତାର ସହ ଲୋକଟିର ହାତକୁ ଗାମୁଛାରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପରେ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାରକୁ ଉଦ୍ଧାର କରିବା ସହ ଅଟକ ବ୍ୟକ୍ତି ଙ୍କୁ ସାଙ୍ଗ ରେ ନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.