ସୋମବାରଠୁ ନିଖୋଜ ଥିଲେ କ୍ରିଷ୍ଣାରାଓ, ଏବେ ମିଳିଲା ମୃତଦେହ

ଜୟପୁର ୧୨।୦୪: ଜୟପୁର ଜଗନ୍ନାଥ ସାଗରରେ ଭାସୁଛି ବ୍ୟକ୍ତିଙ୍କ ମୃତଦେହ । ମୃତ ବ୍ୟକ୍ତି ଜଣଙ୍କ ହେଲେ ସି.କ୍ରିଷ୍ଣାରାଓ । ତାଙ୍କ ଘର ପାଣି ନଳା ସାହିରେ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସେ କ୍ୟାନସରରେ ଆକ୍ରାନ୍ତ ହୋଇ ସୋମବାର ଠାରୁ ନିଖୋଜ ଥିଲେ। ଏନେଇ ଜୟପୁର ଟାଉନ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ଏବେ ତାଙ୍କର ମୃତଦେହ ଠାବ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ଏପିରିକି ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.