ବିଗିଡିଲା ଭୁବନେଶ୍ୱର କୁମାରଙ୍କ ଲାଇନ୍ ଲେନ୍ଥ୍

ମୁମ୍ବାଇ,୧୨/୦୪: ଆଇପିଏଲର ୨୧ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟନ୍ସ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଉଥିଲେ । ଏହାସହ ମ୍ୟାଚକୁ ୮ ଓ୍ୱିକେଟରେ ମଧ୍ୟ ହାଇଦ୍ରାବାଜ ଜିତି ନେଇଥିଲା । ସନରାଇଜର୍ସ ତରଫରୁ ବୋଲିଂ କରୁଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମ୍ୟାଚରେ ଏପରି କିଛି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ଅନୁଭବୀ ବୋଲର ହୋଇ ମଧ୍ୟ ମିନା ଲାଇନ ଲେନଥରେ ସେ ବୋଲିଂ କରିଥିଲେ । ଏପରିକି ଗୋଟିଏ ଓଭରରେ ସେ ୧୭ ରନ୍ ବ୍ୟୟ କରିଥିଲେ । ଏହି ୧୭ ରନରୁ ୧୧ ରନ୍ ଓ୍ୱାଇଡ୍ ମାଧ୍ୟମରେ ଆସିଥିଲା । ଭୁବନେଶ୍ୱର କୁମାରଙ୍କ ଏହି ଓଭରର ପ୍ରଥମ ବଲରେ ଚଉକା ଲଗାଇଥିଲେ ମାଥ୍ୟୁ ଓ୍ୱେଡ୍ । ପରେ ଦ୍ୱିତୀୟ ବଲ ଓ୍ୱାଇଡ ପକାଇଥିଲେ । ଯାହା  କିପର ପଛରେ ବାଉଣ୍ଡରୀ ଲାଇନକୁ ଚାଲି ଯାଇଥିଲା । ସେହିପରି ତୃତୀୟ ବଲ ଓ୍ୱାଇଡ୍ ଥିଲା । ଏପରିକି ପଞ୍ଚମ ବଲ ବି କିପରକୁ ଅତିକ୍ରମ କରି ବାଉଣ୍ଡରୀ ଲାଇନ ଚାଲି ଯାଇଥିଲା । ଏପରି ଭାବେ ୧୧ ରନ୍ ବ୍ୟୟ କରିଥିଲେ ସେ । ୧୭ ରନ୍ ସହ ଏକ ଅଲୋଡା ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭୁବନେଶ୍ୱର । ଆଇପିଏଲ ଇତିହାସରେ ଏହା ସଂଯୁକ୍ତ ଓଭରରେ ସବୁଠାରୁ ମହଙ୍ଗା ଅଟେ । ୨୦୧୫ରେ ଆଫ୍ରିକାର ଡେଲ ଷ୍ଟେନ୍ ବାଙ୍ଗାଲୋର ବିପକ୍ଷରେ ୧୭ ରନ୍ ବ୍ୟୟ କରିଥିଲେ । ତେବେ ଭୁବନେଶ୍ୱରଙ୍କ ନାଁରେ କେବଳ ୧୬ ରନ୍ ରହିଥିଲା  । କାରଣ ଗୋଟିଏ ରନ୍ ଲେଗ ବାଇରେ ମିଳିଥିଲା ।

Leave A Reply

Your email address will not be published.