୪ଟି ସ୍କୁଲର ୧୬ ଛାତ୍ର ପଜିଟିଭ୍, ଅନଲାଇନରେ ହେବ ପାଠପଢା

ନୂଆଦିଲ୍ଲୀ ୧୨/୦୪: ସ୍କୁଲ ଖୋଲିବା ପରେ କରୋନା ପୁଣି ମୁଣ୍ଡ ଟେକିଛି । ଗାଜିଆବାଦ ଓ ନୋଏଡାର ୪ଟି ସ୍କୁଲରେ ପ୍ରାୟ ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ଅଧିକାଂଶ ନୋଏଡା ଅଞ୍ଚଳର ବୋଲି ଜଣାପଡିଛି । ଏଠାକାର ଦୁଇଟି ସ୍କୁଲରୁ ୧୩ ଜଣ ପଜିଟିଭ୍ ରହିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ୩ ଜଣ ଶିକ୍ଷକ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏତତ୍ ବ୍ୟତୀତ ନୋଏଡା ସେକ୍ଟର ୩୦ରେ ଥିବା ଏକ ଘରୋଇ ସ୍କୁଲର ଜଣେ ଛାତ୍ର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାଜିଆବାଦର ଦୁଇଟି ଘରୋଇ ସ୍କୁଲରୁ ୫ଟି କେସ୍ ମିଳିଛି । ଉଭୟ ସ୍କୁଲକୁ ୩ ଦିନ ଯାଏଁ ବନ୍ଦ କରିଦିଆଯାଇଛି । ଅର୍ଥାତ ଉଭୟ ଅଞ୍ଚଳର ୧୬ ଛାତ୍ର ଓ ୩ ଶିକ୍ଷକ କରୋନା ପଜିଟିଭ୍ ହୋଇଛନ୍ତି । ଗାଜିଆବାଦ ସ୍ୱାସ୍ଥ୍ୟ ବିଭାଗର କହିବାନୁସାରେ, ଜିଲ୍ଲାରେ ଦୁଇଟି ସ୍କୁଲର ୫ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି । ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ଏହାବ୍ୟତୀତ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ କରାଯାଉଛି । ନୋଏଡାର ଏକ ସ୍କୁଲ କର୍ତୃପକ୍ଷଙ୍କ କହିବାନୁସାରେ, ନୋଏଡା ପ୍ରଶାସନକୁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଏବେ ଅନଲାଇନରେ ପାଠପଢା ଚାଲିବ । ଏପ୍ରିଲ ୧୮ ତାରିଖ ପରେ ପୁଣି ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.