ଅର୍ଜୁନ ତେନ୍ଦୁଲକରଙ୍କୁ ସୁଯୋଗ ଦେବ ମୁମ୍ବାଇ ଇଣ୍ଡିଆନ୍ସ !

ନୂଆଦିଲ୍ଲୀ,୧୫/୪:  ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଭାବେ ଖରାପ ପ୍ରଦର୍ଶନ କରୁଛି । ଦଳ ସମସ୍ତ ୫ ମ୍ୟାଚ୍ ହାରିଛି । ୫ ଥରର ଚାମ୍ପିଅନ ମୁମ୍ବାଇ ଗୋଟିଏ ହେଲେ ମ୍ୟାଚ୍ ଜିତିପାରି ନାହିଁ । ଟେନସନରେ ରୋହିତ ଶର୍ମା । ଦଳର ପ୍ରଦର୍ଶନକୁ ନେଇ ଚାରିଆଡୁ ପ୍ରଶ୍ନ ମଧ୍ୟ ଉଠିଲାଣି । ଏବେ ମୁମ୍ବାଇ ଟିମ୍‌ରେ କଣ ପରିବର୍ତ୍ତନ କରିବ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ଦଳର ସବୁ ଷ୍ଟାର୍ ଖେଳାଳି ଫେଲ୍ ମାରିଛନ୍ତି । ତେବେ କଣ ମୁମ୍ବାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେବ । ଯଦି ଏପରି ହୁଏ ତେବେ ଅର୍ଜୁନ ତେନ୍ଦୁଲକରଙ୍କୁ ଚୂଡାନ୍ତ ଏକାଦଶରେ ଟିମ୍ ସାମିଲ କରିପାରେ । ଅର୍ଜୁନ ୨୦୨୧ରୁ ମୁମ୍ବାଇ ସହ ରହିଛନ୍ତି । ଗତ ସିଜିନରେ ତାଙ୍କୁ ମୁମ୍ବାଇ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଚଳିତ ସିଜିନରେ ତାଙ୍କ ପଛରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଟିମ୍ । କିନ୍ତୁ ଏବେସୁଦ୍ଧା ସେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାଁନ୍ତି । ଅର୍ଜୁନଙ୍କ କ୍ୟାରିଅର ଦେଖିଲେ, ସେ ଏବେସୁଦ୍ଧା ଦୁଇଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୨ଟି ଓ୍ୱିକେଟ୍ ନେବା ସହ ୩ ରନ୍ କରିଛନ୍ତି । ସେ ଜଣେ ବାମହାତୀ ଦ୍ରୁତ ବୋଲର । ମୁମ୍ବାଇ ଅର୍ଜୁନଙ୍କୁ ଟିମରେ ସାମିଲ କରିପାରେ ବୋଲି ଅନେକ ବିଶେଷଜ୍ଞ କହୁଛନ୍ତି ।

Leave A Reply

Your email address will not be published.