ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ,୧୫/୪: ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ଭୟରେ ଘରୁ ବାହାରି ଆସିଲେ ଲୋକେ । ଶୁକ୍ରବାର ସକାଳେ ଅରୁଣାଚଳ ପ୍ରଦେଶରେ ଭୂକମ୍ପରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ମ୍ୟାଗ୍ନିଚ୍ୟୁଡ୍ ହେବ ବୋଲି ସୂଚନା ମିଳିଛି । ସୂଚନାନୁସାରେ, ସକାଳ ୬ଟା ୫୬ରେ ଭୂମିକମ୍ପର ଝଟକା ଲାଗିଥିଲା । ତେବେ ଭୂମିକମ୍ପ କାରଣରୁ କୌଣସି ବଡ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଝଟକା ଲାଗିବା ପରେ ଲୋକେ ଘରୁ ବାହାରକୁ ଚାଲି ଯାଇଥିଲେ । ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର କହିବାନୁସାରେ, ଭୂମିକମ୍ପର କେନ୍ଦ୍ର ହେଉଛି ଉତ୍ତର ପାଙ୍ଗିନ୍ । ଝଟଲା ଲାଗିବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ । ତୁରନ୍ତ ରାସ୍ତାକୁ ଚାଲିଯାଇଥିଲେ । ଏହାସହ ନିଜ ସମ୍ପର୍କୀୟଙ୍କ ହାତଚାଲ ବୁଝିବା ପାଇଁ ଫୋନ୍ ମଧ୍ୟ କରିଥିଲେ । ସୂଚନାଯୋଗ୍ୟ, ନିକଟରେ ଲଦାଖରେ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଥିଲା । କାରଗିଲରୁ ୩୨୮ କିମି ଦୂରରେ ଏହାର କେନ୍ଦ୍ରସ୍ଥଳୀ ଥିବା ଜଣାପଡିଥିଲା ।

Leave A Reply

Your email address will not be published.