କୋଟିଆରେ ମୁଖ୍ୟ ଶାସନ ସଚିବ

ଜୟପୁର ୧୬।୦୪ : କୋଟିଆରେ ମୁଖ୍ୟ ଶାସନ ସଚିବ। କୋଟିଆରେ ପଞ୍ଚାୟତ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କୋଟିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ବିଭିନ୍ନ ପ୍ରକଳ୍ପ ସ୍ଥାନ ଗସ୍ତ କରି ଏହାର ଅଗ୍ରଗତିର ସମୀକ୍ଷା କରିଛନ୍ତି।ସେହିପରି NHAI ପକ୍ଷରୁ ହେଉଥିବା ଭାରତମାଳା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ପ୍ରୋଜେକ୍ଟରେ ଓଡ଼ିଶା ଦେଇ ରାୟପୁର-ବିଶାଖାପାଟଣା ଅର୍ଥନୈତିକ କରିଡର୍ ଯିବ। ମୌସୁମୀ ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ଯୋଗୁଁ କ୍ଷତିପୁରଣ ପାଇବାକୁ ଥିବା ଲୋକଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ଏବଂ NHAIକୁ ଜମି ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ। କୋଟିଆ ଗସ୍ତ  ପୂର୍ବରୁ ଦେଓମାଳୀ ଯାଇ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟ ସଚିବ। ସେଠାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ଦେଓମାଳିକୁ ଇକୋ ଟୁରିଜିମରେ ସାମିଲ କରାଯିବ। ଦେଓମାଳୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ। ଆଦିବାସୀ ମହିଳାଙ୍କୁ ଏହାର ଦାୟିତ୍ବ ଦିଆଯିବ।

Leave A Reply

Your email address will not be published.