କୁକୁର ଲଗାଇ କରୁଛନ୍ତି ସମ୍ବର ଶିକାର

ଆଠଗଡ଼ ୧୬।୦୪ : କୁକୁର ଲଗାଇ ସମ୍ବର ଶିକାର । ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମ ବନବିଭାଗ ଅନ୍ତର୍ଗତ ବାରାହାଖୋଲ ଜଙ୍ଗଲରେ ଘଟୁଛି ଏପରି ଘଟଣା । ଯାହାକୁ ନେଇ ତତ୍ପରତା ହୋଇଉଠିଛି ବନବିଭାଗ । ଖବର ଅନୁଯାୟୀ, ବାରାହାଖୋଲ ଜଙ୍ଗଲରେ କିଛି ଦୁର୍ବୃତ୍ତ କୁକୁର ମାଧ୍ୟମରେ ସମ୍ବର ଶିକାର କରୁଥିବା ଅଭିଯୋଗ ହୋଇଛି । ଶିକାରୀମାନେ ସମ୍ବର ପଛରେ କୁକୁର ଲଗାଇ ଦିଅନ୍ତି । କୁକୁର ମାନେ ସମ୍ବରକୁ ଆକ୍ରମଣ କରିବା ଲାଗି ଗୋଡାଇଥାନ୍ତି । ଯାହାଫଳରେ ସମ୍ବର ଜୀବନ ବଞ୍ଚାଇବା ପାଇଁ ଦୌଡି ଥାଏ ଏବଂ କିଛି ସମୟ ପରେ ପଡିଯାଇଥାଏ । ଶିକାରୀମାନେ କିଛି ବର୍ଷ ହେଲା ଏପରି ଭାବେ ଶିକାର କରିଚାଲିଛନ୍ତି । ଖାଲି ସମ୍ବର ନୁହେଁ ବରଂ ହରିଣ ଆଦି ଜୀବଜନ୍ତଙ୍କୁ ଶିକାର କରୁଛନ୍ତି । ତେବେ ଗୁରୁବାର ଦିନ କିଛି ଶିକାରୀ ଏଭଳି ପନ୍ଥା ଅବଲମ୍ବନ କରିଥିଲେ । କୁକୁର ଆକ୍ରମଣରେ ଗୋଟିଏ ସମ୍ବର ମୃତ୍ୟୁବରଣ କରିଥିଲା । ଘଟଣା ସଂପର୍କରେ ଖବର ପାଇ ବନବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତ ସମ୍ବରକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି । ଏହାପରେ ତାକୁ ମାଟିରେ ପୋତିଛି ।  

Leave A Reply

Your email address will not be published.