ୟୁକ୍ରେନ୍ ପରେ ଏବେ ସ୍ୱିଡେନ୍ ଏବଂ ଫିନଲାଣ୍ଡକୁ ରୁଷର ଚେତାବନୀ

ୟୁକ୍ରେନ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ୫୧ ଦିନରେ ପହଞ୍ଚିଛି । ଏହାରି ଭିତରେ ସ୍ୱିଡେନ୍ ଓ ଫିନଲାଣ୍ଡକୁ ପରମାଣୁ ଆକ୍ରମଣର ଧମକ ଦେଇଛି ରୁଷିଆ । ଫିନଲାଣ୍ଡ ଓ ସ୍ୱିଡେନ୍ ଯଦି ‘ନାଟୋ’ରେ ସାମିଲ୍ ହୁଅନ୍ତି, ତାହେଲେ ପରିଣତି ଭୟଙ୍କର ହେବ ବୋଲି ରୁଷିଆ ଧମକ ଦେଇଛି । ଫିନଲାଣ୍ଡ ଓ ସ୍ୱିଡେନ୍ ‘ନାଟୋ’ରେ ସାମିଲ୍ ହେବା ପାଇଁ ଯୋଜନା କରୁଥିବା ଜାଣି ରୁଷିଆ ଏଭଳି ଧମକ ଦେଇଛି । ରୁଷିଆର ପୂର୍ବତନ ରାଷ୍ଟ୍ରପତି ତଥା ରୁଷିଆର ସୁରକ୍ଷା ପରିଷଦ ଉପାଧ୍ୟକ୍ଷ ଦିମିତ୍ରି ମେଡଭେଡେଭ୍ କହିଛନ୍ତି, ଯଦି ସ୍ୱିଡେନ୍ ଓ ଫିନଲାଣ୍ଡ ନାଟୋରେ ସାମିଲ୍ ହେବେ, ରୁଷିଆ ତା’ର ଡିଫେନ୍ସକୁ ଆହୁରି ଶକ୍ତିଶାଳୀ କରିବା ସହ ଏହି ଦୁଇ ଦେଶ ଉପରେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ । ‘ନାଟୋ’ର ସମ୍ପ୍ରସାରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ । ‘ନାଟୋ’ରେ ସାମିଲ୍ ନହେବା ପାଇଁ ଆମେ ପଡ଼ୋଶୀ ଦେଶ ଗୁଡ଼ିକୁ ବାରମ୍ବାର ସତର୍କ କରାଇ ଆସୁଛୁ । ଯଦି ସେମାନେ ନଶୁଣନ୍ତି, ତାହେଲେ ପରମାଣୁ ଆକ୍ରମଣ ପାଇଁ ଆଉ କୌଣସି ଆଲୋଚନା ହେବ ନାହିଁ ବୋଲି କହିଛନ୍ତି ମେଡଭେଡେଭ୍ । ନାଟୋର ସଦସ୍ୟତା ହାସଲ କରିବା ପାଇଁ ସ୍ୱିଡେନ୍ ଓ ଫିନଲାଣ୍ଡ ଆଗ୍ରହ ପ୍ରକାଶ କରିଛନ୍ତି । ଏ ନେଇ ଆଗାମୀ କିଛି ଦିନ ଭିତରେ ସେମାନେ ନାଟୋ ନିକଟରେ ଆବେଦନ କରିବେ ବୋଲି ସୂଚନା ଦେଇଥିଲେ । କିନ୍ତୁ ଏବେ ରୁଷିଆର ପରମାଣୁ ଧମକ ପରେ ସ୍ୱିଡେନ୍ ଓ ଫିନଲାଣ୍ଡ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଜାଣିବାକୁ ବାକି ରହିଲା ।

Leave A Reply

Your email address will not be published.