ଦିଲ୍ଲୀ ବିପକ୍ଷରେ ଖେଳିବେ ଷ୍ଟାର୍ ବୋଲର ହର୍ଷଲ ପଟେଲ 

ନୂଆଦିଲ୍ଲୀ, ୧୬/୦୪:  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖୁସି ଖବର । ଭଉଣୀଙ୍କ ମୃତ୍ୟୁ କାରଣରୁ କିଛି ଦିନ ପାଇଁ ଦଳରୁ ବାହାରେ ଥିବା ହର୍ଷଲ ପଟେଲ ପୁଣି ଟିମ୍‌ରେ ସାମିଲ ହୋଇଛନ୍ତି । ସେ ଶନିବର ଦିଲ୍ଲୀ ବିପକ୍ଷରେ ଖେଳିବେ ବୋଲି ଅନୁମାନ କରାଯାଉଛି । ଶନିବାର ଆଇପିଏଲରେ ଦୁଇଟି ମ୍ୟାଚ୍ ଅଛି । ସନ୍ଧ୍ୟାରେ ବାଙ୍ଗୋଲର ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଆରସିବି କ୍ୟାପ୍ଟେନ୍ ଫାଫ୍ ଡୁପ୍ଲେସିସ୍ ଚୂଡାନ୍ତ ଏକାଦଶରେ ହର୍ଷଲ ପଟେଲଙ୍କୁ ଖେଳାଇ ପାରନ୍ତି । ସୂଚନାଯୋଗ୍ୟ, ଆରସିବି ଗତ ୯ ତାରିଖରେ ମୁମ୍ବାଇ ବିପକ୍ଷରେ ମ୍ୟାଚ୍ ଖେଳିଥିଲା । ମୁକାବିଲାକୁ ୭ ଓ୍ୱିକେଟରେ ଜିତିଥିଲା ବାଙ୍ଗାଲୋର । ମ୍ୟାଚ୍ ପରେ ହର୍ଷଲଙ୍କ ଭଉଣୀଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ସେ ସିଧା ଘରକୁ ଚାଲିଯାଇଥିଲେ । ଏହି ମୁକାବିଲାରେ ହର୍ଷଲ ୪ ଓଭରରେ ୨୩ ରନ୍ ବ୍ୟୟ କରି ୨ଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ନେଇଥିଲେ । ତେବେ ହର୍ଷଲ ପୁରା ସିଜିନ୍ ଖେଳିବେ ନାହିଁ ବୋଲି ମଧ୍ୟ ମଝିରେ ଖବର ଆସିଥିଲା । କିନ୍ତୁ ଏବେ ସେ ଟିମ୍‌ରେ ସାମିଲ ହୋଇଛନ୍ତି । ସେ ନିଜର ତିନି ଦିନର କ୍ୱାରେଣ୍ଟାଇନ୍ ମଧ୍ୟ ପୂରଣ କରିଛନ୍ତି । ତେଣୁ ତାଙ୍କୁ ଚୂଡାନ୍ତ ଏକାଦଶରେ ଦଳ ନେଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.