ପଶ୍ଚିମବଙ୍ଗରେ ଚାଲିଲା ମମତା ମ୍ୟାଜିକ୍

ନୂଆଦିଲ୍ଲୀ, ୧୬/୦୪:  ୪ ରାଜ୍ୟରେ ବିଜେପିକୁ ବଡ ଝଟ୍‌କା । ଦେଶର ଗୋଟିଏ ଲୋକସଭା ଓ ୪ ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ମାଟି କାମୁଡିଛି ବିଜେପି । ସବୁଠି ଭାରତୀୟ ଜନତା ପାର୍ଟି ପଛରେ ରହିଛି । ପଶ୍ଚିମବଙ୍ଗରେ ଟିଏମସି, ବିହାରରେ ଆରଜେଡି, ଛତିଶଗଡ ଓ ମହାରାଷ୍ଟ୍ରରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଶ୍ଚିମବଙ୍ଗର ବାଲିଗଞ୍ଜ ଆସନରେ ବାବୁଲ ସୁପ୍ରିୟୋ, ମହାରାଷ୍ଟ୍ରର କୋଲହାପୁରରେ କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଦବ ଆଗୁଆ ଅଛନ୍ତି । ବିହାରର ବୋଚହା ଆସନରେ ପ୍ରଥମେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିଲେ, ଏବେ କିନ୍ତୁ ଆରଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି । ସେହିପରି ଛତିଶଗଡରେ ୧୪ରାଉଣ୍ଡ ଗଣତି ଶେଷ ହୋଇଛି । ଏଠାରେ କଂଗ୍ରେସ ପ୍ରାର୍ଥୀ ୧୪ ହଜାର ୭୨ ଭୋଟରେ ଆଗରେ ଅଛନ୍ତି । ଏତତ୍ ବ୍ୟତୀତ ପଶ୍ଚିମବଙ୍ଗରେ ବାବୁଲ ସୁପ୍ରିୟୋ ନିକତଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୧୭ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଆସାନସୋଲ ଲୋକଭସା ଆସନରେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ଆଗୁଆ ଅଛନ୍ତି । ସେ ବିଜେପି ପ୍ରାର୍ଥୀଙ୍କଠାରୁ ପ୍ରାୟ ୯୫ ହଜାର ଭୋଟରେ ଆଗୁଆ ରହିଛନ୍ତି । ମତଗଣନା ଚାଲିଥିଲେ ମଧ୍ୟ ସବୁଠି ବିଜେପିର ପରାଜୟ ଏକପ୍ରକାର ନିଶ୍ଚିତ ଲାଗୁଛି । କାରଣ ବିପକ୍ଷ ପ୍ରାର୍ଥୀ ଅଦିକ ଭୋଟରେ ଆଗୁଆ ଅଛନ୍ତି । ଏପରିକି ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସାନସୋଲ ଲୋକସଭା ଓ ବାଲିଗଞ୍ଜ ବିଧାନସଭା ଆସନର ମତାଦାତାଙ୍କୁ ଧନ୍ୟବାଦ ଜମାଇଛନ୍ତି ।

Leave A Reply

Your email address will not be published.