IGT-9ର ୱିନର ହେଲେ ଦିବ୍ୟାଂଶ-ମୁନରାଜ୍‌

ନୂଆଦିଲ୍ଳୀ ୧୮।୦୪ : ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟ୍ ବର୍ଷ ବର୍ଷ ଧରି ଲୋକଙ୍କୁ ମନୋରଞ୍ଜନ କରି ଆସୁଛି। ହେଲେ ଗତକାଲି ଏହି ଶୋ’ର ଗ୍ରାଣ୍ଡ୍ ଫାଇନାଲ୍ ଅନୁଷ୍ଠିତ ହୋଇଥିଲା । ଶୋ’ର ଫାଇନାଲରେ ଦିବ୍ୟାଂଶ-ମନୁରାଜଙ୍କ ଯୋଡି ସମସ୍ତଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ଫାଇନାଲରେ ଦିବ୍ୟାଂଶ-ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍ ସ୍ବାଡ୍‌, ବମ୍ ଫାୟାର୍ କ୍ରୁ ଭଳି ଅନେକ ପ୍ରତିଭାବାନ ପ୍ରତିଯୋଗୀକୁ ପଛରେ ପକାଇଛନ୍ତି । ସୋନି ଟିଭିର ଏହି ରିଆଲିଟି ଶୋ’ର ଫାଇନାଲରେ ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଦିବ୍ୟାଂଶ-ମନୁରାଜଙ୍କ ଯୋଡି ସମସ୍ତଙ୍କ ହୃଦୟ ଜିତିଥିଲା। ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟ୍‌ର ବିଜେତା ହେବା ପରେ ଦୁହେଁ ଚମକମ୍‌ ଟ୍ରଫି ସହିତ କାର୍ ଏବଂ ଅର୍ଥ ରାଶି ପୁରସ୍କାର ଭାବରେ ୨୦ ଲକ୍ଷ ଟଙ୍କା ହାତେଇଛନ୍ତି । ଶୋ’ର ପ୍ରଥମ ରନର୍ସ-ଅପ୍ ଇଶିତା ବିଶ୍ୱକର୍ମାଙ୍କୁ ୫ ଲକ୍ଷ ଟଙ୍କା ପାଇଥିବାବେଳେ ଦ୍ୱିତୀୟ ରନର୍ସ-ଅପ୍‌ଙ୍କୁ ୫ଲକ୍ଷ ଟଙ୍କା ମିଳିଛି।

Leave A Reply

Your email address will not be published.