୩ ଦିନିଆ ଗୁଜୁରାଟ ଗସ୍ତରେ ଆସୁଛନ୍ତି WHO ପ୍ରମୁଖ

ନୂଆଦିଲ୍ଲୀ ୧୮/୦୪: ୩ ଦିନିଆ ଗୁଜୁରାଟ ଗସ୍ତରେ ଆସୁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଡା. ଟେଡ୍ରସ୍ ଗେବ୍ରେୟେସସ୍ । ଭାରତରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଜୁରାଟ ଯିବେ । ସେଠାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରଡିସନାଲ ମେଡିସିନ(ଜିସିଟିଏମ)ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗର, ବନାସ୍କାଣ୍ଠା, ଜାମନଗର ଏବଂ ଦାହୋଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରର ଏହି ପ୍ରକଳ୍ପ ସବୁ ଜନସାଧାରଣଙ୍କ ପାଇଁ ସହାୟକ ହେବ । ଆଜି ଗେବ୍ରେୟେସସ୍‌ ରାଜକୋଟରେ ପହଞ୍ଚି ରାତ୍ରୀ ଯାପନ କରିବେ । ପରେ ଆସନ୍ତାକାଲି ସେ ଜାମନଗର ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ‘ହୁ ଗ୍ଲୋବାଲ୍‌ ସେଣ୍ଟର୍‌ ଫର୍‌ ଟ୍ରାଡିସ୍‌ନାଲ୍‌ ମେଡିସିନ୍‌’ର (ଜିସିଟିଏମ୍‌) ଶିଳାନ୍ୟାସ କରିବେ ।

Leave A Reply

Your email address will not be published.