Hunarbaaz ଶୋ’ର ବିଜେତା ହେଲେ ଆକାଶ ସିଂ

ନୂଆଦିଲ୍ଳୀ ୧୮।୦୪ : ବିହାରରୁ ଆସିଥିବା ଆକାଶ ସିଂ କଲର୍ସ ଚ୍ୟାନେଲର ଲୋକପ୍ରିୟ ରିଆଲିଟି ଶୋ’ ହୁନରବାଜ ଦେଶ କି ଶାନ ୨୦୨୨ର ବିଜେତା ହୋଇଛନ୍ତି । ଆକାଶ ସିଂ କେବଳ ନିଜ ପ୍ରତିଭାର ଦେକାଇ ଭଲ ପ୍ରତିଯୋଗୀଙ୍କୁ ଟକ୍କର ଦେଇ ହରାଇଛନ୍ତି ।  ଅଳ୍ପ ସମୟ ମଧ୍ୟରେ କୋଟି କୋଟି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ହୁନରବାଜର ଟ୍ରଫି ସହିତ ଆକାଶ ସିଂଙ୍କୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଫାଇନାଲ୍ ଶୋ’ରେ ସେ ୟୋ ହାଇନେସ୍‌, ସଞ୍ଚିତା, ସୁବ୍ରତମ୍ ଏବଂ ଅନିରବାନ୍ ପରି ପ୍ରତିଯୋଗୀଙ୍କୁ ଫାଇନାଲ୍‌ରେ ଟକ୍କର ଦେଇଥିଲେ। ହୁନରବାଜ୍‌ରେ ବିଜେତା ହେବା ପରେ ଆକାଶ ସିଂ କହିଛନ୍ତି କି- ଯଦି କଠିନ ପରିଶ୍ରମ ଏବଂ ଇଚ୍ଛା ଶକ୍ତି ଥାଏ, ତେବେ ଯେତେ ଅସୁବିଧା ଥିଲେ ମଧ୍ୟରେ ତୁମର ହିଁ ବିଜୟ ହେବ । ଆକାଶ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ବିଷୟରେ ଅନେକ ଥର ଶୋ’ ଉଲ୍ଲେଖ କରିଥିଲେ। ଥରେ ଗୋଟିଏ ଏପିସୋଡ୍‌ରେ କହିଥିଲେ ଯେ ସ୍ୱପ୍ନର ସହର ମୁମ୍ବାଇକୁ ମାତ୍ର ଦେଢ ହଜାର ଟଙ୍କ ନେଇ ଆସିଥିଲେ । ହେଲେ ତାହା ପୂରଣ ହେଲା ନାହିଁ କିନ୍ତୁ ସେ ନିରାଶ ହୋଇନଥିଲେ। ପୁଣି ଥରେ ଆଗକୁ ବଢିଥିଲେ।

Leave A Reply

Your email address will not be published.