ପୋଲିସ କ୍ୟାମ୍ପରେ ନକ୍ସଲ ହମ୍‌ଲା

ମାଲକାନଗିରି ୧୮।୦୪ : ପୋଲିସ କ୍ୟାମ୍ପରେ ନକ୍ସଲ ହମ୍‌ଲା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଥିବା ପୋଲିସ କ୍ୟାମ୍‌ରେ ନକ୍ସଲଙ୍କ ପକ୍ଷରୁ ଆକ୍ରମଣ ହୋଇଛି । ଏଥିର ଚାରି ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ,  ରବିବାର ବିଳମ୍ବିତ ରାତିରେ କୁଟରୁ ଥାନା ଦରଭା ପୋଲିସ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା ସହ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟା ଧରି ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ନକ୍ସଲ ଆକ୍ରମଣରେ ଚାରି ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ବାୟୁସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ  ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ନକ୍ସଲମାନେ ପଳାୟନ କରିଥିବା ବେଳେ ସେଠାରେ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.