ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ବଦଳରେ ଅଧିକ ତୀବ୍ର

କିଭ୍ ୧୮/୦୪: ଋଷ ୟୁକ୍ରେନ୍ ଯୁଦ୍ଧ ଆହୁରି ଘମାଘୋଟ ହେଉଛି । ପୁଣି ଓ୍ବାର ଜୋନ ପାଲଟିଛି କିଭ୍ , ଖାର୍ କିଭ୍ । ଗୋଳାମାଡ଼ରେ ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ଋଷ ପରମାଣୁ ହମଲା କରିବା ଭୟ ବଢି ଯାଇଛି । ଏନେଇ ସାରା ବିଶ୍ବକୁ ଆଲର୍ଟ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ପରମାଣୁ ହମଲା ହେଲେ ତାପାଇଁ ପ୍ରସ୍ତୁତ ରହିବା ସହ ଆଣ୍ଟି-ରେଡିଏସନ୍ ମେଡିସିନ୍ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ୟୁକ୍ରେନ୍ ରାଷ୍ଚ୍ରପତି । ସେପଟେ ଋଷ-ୟୁକ୍ରେନ୍ ଯୁଦ୍ଧ କେବେ ଥମିବ? କେମିତି ଥମିବ? ଯୁଦ୍ଧ ୫୩ଦିନରେ ପହଞ୍ଚିଲାଣି । ଯୁଦ୍ଧ ବନ୍ଦ ହେବା ସାରା ବିଶ୍ବ ଅପେକ୍ଷା କରିଥିବା ବେଳେ ସବୁ ଆକଳନ ଫେଲ୍ ମାରୁଛି । ବରଂ ରୁଷ ଆହୁରି ଘମାଘୋଟ ଯୁଦ୍ଧ କରୁଛି । ଏଭିତରେ ପରମାଣୁ ହମଲା ନେଇ ଡର ବଢି ଯାଇଛି । ସାରା ବିଶ୍ବକୁ ୟୁକ୍ରେନ୍ ରାଷ୍ଟ୍ରପତି ଆଲର୍ଟ କରିଛନ୍ତି । ପରମାଣୁ ଯୁଦ୍ଧର ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରିଛନ୍ତି ଜେଲେନସ୍କି । ଯଥେଷ୍ଟ ପରିମାଣର ଆଣ୍ଟି-ରେଡିଏସନ୍ ମେଡିସିନ୍ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ଋଷ ଯେକୌଣସି ସମୟରେ ଯେକୌଣସି ଅସ୍ତ୍ର ବ୍ୟବହାର କରିପାରେ । ତେଣୁ ସେସମସୟକୁ ଅପେକ୍ଷା ନକରି ଆଗରୁ ତୟାର ରହିବା ଜରୁରୀ ।

Leave A Reply

Your email address will not be published.