ଘଣ୍ଟା ପ୍ରତି ୩୫ ହଜାର କିଲୋମିଟର ବେଗରେ ମାଡି ଆସୁଛି ଧୂମକେତୁ

ନୂଆଦିଲ୍ଲୀ ୧୯/୦୪ : ମହାକାଶ ଏକ ରହସ୍ୟମୟ।  ଏଠି ପ୍ରତିଦିନ ଘଟେ କିଛି ନା କିଛି ଘଟଣା । ଏଥିମଧ୍ୟରୁ ଅନେକ ଘଟଣା ଏମିତି ଅଛି ଯାହା ପୃଥିବୀ ପାଇଁ ସୃଷ୍ଟି କରେ ବିପଦ ।  ଆଉ ଏକ ଘଟଣା ଘଟିବାକୁ ଯାଉଛି,  ଯେଉଁଥିପାଇଁ ବିପଦରେ ପୃଥିବୀ ।  ଏହି ବିପଦର କାରଣ ହେଉଛି ସବୁଠାରୁ ବଡ ଧୂମକେତୁ।  ଯାହା ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି।   ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହି ଘଟଣା ଉପରେ ନଜର ରଖିଛି। ଏହି ଧୁମକେତୁ ଘଣ୍ଟା ପ୍ରତି ୩୫,୪୦୫ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡି ଆସୁଛି । ଏହି ଧୂମକେତୁର ଓଜନ ରହିଛି ୫୦୦ଟ୍ରିଲିୟନ ଟନ୍ ଓ ଚଉଡା ୧୨୮ କିଲୋମିଟର ।    ଅନ୍ୟ ଧୂମକେତୁ ଅପେକ୍ଷା  ଏହା ୫୦ ଗୁଣା ବଡ଼।  ଏବେ ପ୍ରଶ୍ନ, ଏହି ଧୂମକେତୁର ପ୍ରଭାବ ପୃଥିବୀ ପଡ଼ିବ କି?  ପୃଥିବୀ ପ୍ରତି ରହିଛି କି ବିପଦ? ଆସନ୍ତୁ ଜାଣିବା ସେ ବିଷୟରେ … ପୃଥିବୀ ଆଡକୁ  ଖୁବ୍‌ ଦ୍ରୁତ ବେଗରେ ଗତିରେ ମାଡି ଆସୁଛି ଧୂମକେତୁ। ହେଲେ ତାକୁ ଡରିବାର ଆବଶ୍ୟକତା ନାହିଁ । ଆମେରିକାର ମହାକାଶ ଏଜେନ୍ସି ନାସା କହିଛି, ଏହି ଧୂମକେତୁ ସୂର୍ଯ୍ୟଠାରୁ ପ୍ରାୟ ୧.୬୦ ବିଲିୟନ କିଲୋମିଟରରେ ଦୂରରେ ରହିବ। ରିପୋର୍ଟ ଅନୁଯାୟୀ, ଏହି ଧୁମକେତୁର ନାଁ,  C / 2014 UN271 । ଯାହା ପ୍ରଥମେ ନଭେମ୍ବର ୨୦୧୦ ରେ ଦେଖାଯାଇଥିଲା। ସେହି ସମୟରେ ସୂର୍ଯ୍ୟଠାରୁ 4.82 ବିଲିୟନ କିଲୋମିଟର ଦୂରରେ ଥିଲା । C / 2014 UN271 ଧୂମକେତୁର ଆକାର ଅନ୍ୟ ଧୁମକେତୁ ତୁଳନାରେ ଏକ ଲକ୍ଷ ଗୁଣା ଅଧିକ । ଏହାକୁ ସାଧାରଣତଃ ସୂର୍ଯ୍ୟଙ୍କ ନିକଟରେ ଦେଖିବାକୁ ମିଳେ। ୨୦୩୧ମସିହାରେ ଏହି ଧୂମକେତୁ ଯାତ୍ରା ପୃଥିବୀଠାରୁ ଆରମ୍ଭ ହେଇ ଶନିରେ ଶେଷ ହେବ ବୋଲି କହିଛନ୍ତି ବୈଜ୍ଞାନିକ। ହବଲ୍ ସ୍ପେସ୍ ଟେଲିସ୍କୋପ ସହିତ ନିଆଯାଇଥିବା ଫଟୋଗୁଡ଼ିକରୁ ଏହି ବିଶାଳ ଧୁମକେତୁର ଆକାର ବିଷୟରେ ଜଣା ପଡ଼ିଥିଲା। କିନ୍ତୁ ସାଧାରଣତଃ ଧୁମକେତୁର ଆକାର ଖୋଜିବା ଖୁବ୍‌ କଷ୍ଟସାଧ୍ୟ ହୋଇଥାଏ।  କାରଣ ଏହା ଧୂଳି କଣିକା ଦ୍ୱାରା ଘେରି ରହିଛି । ଏହି କାରଣରୁ, ଏହାକୁ ଦେଖିବା କଷ୍ଟକର ହୋଇଯାଏ । ଜ୍ଞାନିକମାନେ ଏହି ଧୁମକେତୁକୁ ଖୋଜିବା ପାଇଁ କମ୍ପ୍ୟୁଟର ମଡେଲ ବ୍ୟବହାର କରିଛନ୍ତି । କୁହାଯାଉଛି ଯେ ପୃଥିବୀ ଆଡକୁ ଗତି କରୁଥିବା ଏହି ଧୂମକେତୁ କୋଟି କୋଟି ବର୍ଷ ପୁରୁଣା।

Leave A Reply

Your email address will not be published.