ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ

ଭୁବନେଶ୍ୱର ୧୯।୦୪: ଆଜିଠୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆଜିଠୁ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବୋର୍ଡ ୱେବସାଇଟ୍ ରେ ବିଦ୍ୟାଳୟର କୋଡ୍ ଓ ପାସୱାର୍ଡ ଲଗଇନ୍ କରି ପରୀକ୍ଷାର୍ଥିଙ୍କ ଆଡମିଟ କାର୍ଡ ଡାଇନଲୋଡ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟଫିକେଟ ପରୀକ୍ଷାର୍ଥିଙ୍କ ଆଡମିଟକାର୍ଡ ଆଜି ଦିନ ୧୦ଟାରୁ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ଏସଓଏସସି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ମଧ୍ୟ ପ୍ରଧାନଶିକ୍ଷକ ମାନେ ୱେବସାଇଟରୁ ସ୍କୁଲ କୋର୍ଡ ଓ ପାସୱାର୍ଡ ଦେଇ ଲଗଇନ୍ କରି ପାଇପାରିବେ । ଅନ୍ୟପକ୍ଷରେ କରେସପଣ୍ଡେନ୍ସ ଓ ମଧ୍ୟମା ପରୀକ୍ଷାର୍ଥୀ ୱେବସାଇଟ୍ ରେ ସେମାନଙ୍କ ନାଁ ଏବଂ ବାପାଙ୍କ ନାଁ ଲଗଇନ୍ କରି ଆଡମିଟ୍ କାର୍ଡ ପାଇପାରିବେ । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ୱେବସାଇଟ୍ ରୁ ଉପଲବ୍ଧ ଏହି ଆଡମିଟ୍ କାର୍ଡରେ ବିଦ୍ୟାଳୟର ମୁଖ୍ୟ ଦସ୍ତଖତ କରିବେ ବୋଲି କୁହାଯାଇଛି । ଏପ୍ରିଲ ୨୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ନୋଡାଲ ସେଣ୍ଟରଗୁଡିକରେ ପ୍ରଶ୍ନପତ୍ର ଏବଂ ଖାତା ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.