ୟୁକ୍ରେନ ସୀମାରେ ନ୍ୟୁକ୍ଲିୟର ବମ୍ବର

ୟୁକ୍ରେନ : ପାଖାପାଖି ୨ ମାସ ହେବ ଋଷ – ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏପରି ସ୍ଥିତିରେ କ୍ରେମଲିନ୍ ପକ୍ଷରୁ ନ୍ୟୁକ୍ଲିୟର ଆକ୍ରମଣର ଆଶଙ୍କା ଘନଉଛି । ଏପରି ସ୍ଥିତିରେ ୟୁକ୍ରେନ ସୀମା ନିକଟରେ ଋଷର ନ୍ୟୁକ୍ଲିୟର ବମ୍ବର ଦେଖିବାକୁ ମିଳିଛି । ଏହି ବିମାନ ଜରିଆରେ ନ୍ୟୁକ୍ଲିୟର ବୋମା ପରିବହନ କରାଯାଏ । ତେବେ ଏହି ବିମାନକୁ ନେଇ କୌଣସି ମିଶନ ବାବଦରେ ମସ୍କୋ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ । ଅନ୍ୟପଟେ ମସ୍କୋଭା ଯୁଦ୍ଧ ଜାହାଜ ନଷ୍ଟ ହେବାକୁ ନେଇ ଆକ୍ରମଣାତ୍ମକ ହୋଇଥିବା ଋଷ ୟୁକ୍ରେନର ବିଭିନ୍ନ ସହରରେ ତୀବ୍ର ଆକ୍ରମଣ ଜାରି ରଖିଛି ।ରାଜଧାନୀ କିଭ ସମେତ ଲଭିଭ୍, ଖାରକିବ୍ ଆଦି ସହରରେ ରକେଟ୍ ମାଡ କରିଛି । ଫଳରେ ଲଭିଭରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଘଣ୍ଟାରେ ୯ଜଣ ୟୁକ୍ରେନ ନାଗରିକ ପ୍ରାଣ ହରାଇଛନ୍ତି। ମସ୍କୋର ଆକ୍ରମଣ ପରେ ବିଶ୍ୱକୁ ବିଶ୍ୱାସ କରିହେଉନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିି କହିଛନ୍ତି । ବିଶ୍ୱକୁ କିମ୍ବା କାହାରି କଥାକୁ ବିଶ୍ୱାସ ନାହିଁ । ଋଷର ଆକ୍ରମଣ ପରେ ପଡୋଶୀଙ୍କୁ ମଧ୍ୟ ବିଶ୍ୱାସ ନାହିଁ ବୋଲି ଜେଲେନସ୍କି ଏକ ସାକ୍ଷାତକାରରେ କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.