ମାଲକାନଗିରିରେ କାଳ ହେଲା କାଳବୈଶାଖୀ

ମାଲକାନଗିରି : କାଳବୈଶାଖୀ ହେଲା କାଳ । ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷକ୍ଷକ୍ଷତି ଘଟାଇଛି ବୈଶାଖୀ ଝଡ଼ । ଜିଲ୍ଲାର ଏମପିଭି ୨୬, ଏମିଭି ୧୯, ପୋଟେରୁ, ଗାମ୍ଫାକୋଣ୍ଡା ଅଂଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ଏମପିଭିର ୨୬ ଗାଁରେ ୩୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଅନେକ ଗ୍ରାମବାସୀ ଆହତ ହୋଇଥିବା ସୂଚନା ରହିଛି । କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ଯାଇଛି । ଅଂଚଳରେ ବିଦ୍ୟୁତ ସରବରାହ ଠପ ରହିଛି । ସାମାନ୍ୟ ବର୍ଷାରେ ୨୫ଲକ୍ଷ ଟଙ୍କାରେ ନିର୍ମିତ ଚେକ୍‌ଡ୍ୟାମ୍‌ କ୍ଷତିଗ୍ରସ୍ତ ହେବା ସହ ଭାସିଯାଇଛି । ଡ୍ୟାମ୍‌ର ଉଭୟପଟେ ଥିବା ଗେଟ୍‌ରେ ବାଲି ମାଡ଼ି ଯାଇ ପୋତି ହୋଇଯାଇଛି । ବଡ଼ ବଡ଼ ସିମେଣ୍ଟ କଂକ୍ରିଟ୍‌ ୱାଲ୍‌ ଗୁଡ଼ିକ ଖଣ୍ତ ଖଣ୍ତ ହୋଇ ତଳକୁ ଭାସି ଯାଇଛି । ଚେକ୍‌ଡ୍ୟାମ୍‌ର ଗୋଟିଏ ପଟ ସଂପୂର୍ଣ୍ଣ ଭାବେ ଭାସିଯାଇ ସେଠାରେ ୨୦ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି । ସେଠାରେ ପଡ଼ିଥିବା ଶୁଖିଲା ଗଛ ଉପରେ ସିମେଣ୍ଟ ୱାଲ କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.