୧୪ ମାସରେ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ ୨୦।୦୪, ଜନ୍ମର ୨ବର୍ଷ ପର୍ଯ୍ୟନ୍ତ କିଛି ଶିଶୁ ଠିକ ଭାବରେ ଚାଲି ବି ପାରନ୍ତିନି। ଠିକ୍ ଭାବେ କଥା କହିପାରନ୍ତିନି। କିନ୍ତୁ ୧୪ମାସର ଜଣେ ଶିଶୁ ବିଶ୍ବ ରେକର୍ଡ କରିଛନ୍ତି। ଉତ୍ତରପ୍ରଦେଶର ଯଶସ୍ବୀ ବିଶ୍ବ‌ ରେକର୍ଡ କରିବା ଚର୍ଚ୍ଚା ସାଉଁଟିଛନ୍ତି।  ମାତ୍ର ୧୪ମାସରେ ସେ ଦେଶର ପ୍ରଥମ ଓ ବିଶ୍ବର ଦ୍ବିତୀୟ ସର୍ବକନିଷ୍ଠ ଗୁଗଲ ବଏ। ସେ ମାତ୍ର ତିନି ମିନିଟରେ ୨୬ଟି ଦେଶର ଜାତୀୟ ପତାକାକୁ ଚିହ୍ନି ଏହି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ୧୪ମାସ ବୟସରେ ଯଶସ୍ବୀ ଏହି କୀର୍ତ୍ତିମାନ କରି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାଁକୁ ସ୍ଥାନ ଦେଇଛନ୍ତି। ସେ ୧୯୪ଟି ଦେଶର ଜାତୀୟ ପତାକାକୁ ଚିହ୍ନି ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ତାଙ୍କ ମାତାପିତା। ଯଶସ୍ବୀଙ୍କ ଜେଜେବାପା ଜଣେ ଶିକ୍ଷକ ଥିବାବେଳେ ପିତା ସଞ୍ଜୟ ମିଶ୍ରା ଜଣେ ଜନସମ୍ପର୍କ ଅଧିକାରୀ ଏବଂ ମାତା ଶିବାନୀ ମିଶ୍ରା ଜଣେ ଆଇନଜୀବୀ। ସଞ୍ଜୟ ଏବଂ ଶିବାନୀ ମିଶ୍ରାଙ୍କ ପୁଅ ମାତ୍ର ୧୪ମାସରେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିବାରୁ ଦୁହେଁ ବେଶ୍‌ ଖୁସି । ଯଶସ୍ବୀଙ୍କ ପୂର୍ବରୁ ଗୁଗଲ୍ ବଏ ଭାବରେ ପରିଚିତ ଥିଲେ କୌଟିଲ୍ୟ। ୪ ବର୍ଷ ବୟସରେ ସେ ବିଶ୍ବ ରେକର୍ଡ କରିଥିଲେ। କିନ୍ତୁ ଯଶସ୍ବୀ ମାତ୍ର ୧୪ମାସ ବୟସରେ ଏହି ସଫଳତା ହାସଲ କରିଛନ୍ତି।

Leave A Reply

Your email address will not be published.