ବିବାହ କରିବେ କେ.ଏଲ୍ ରାହୁଲ

ନୂଆଦିଲ୍ଲୀ ୨୦।୦୪ : ବର୍ତ୍ତମାନ ଛୋଟ ପରଦା ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ବିବାହ ଋତୁ ଚାଲିଛି । ଗୋଟିଏ ପରେ ଗୋଟିଏ ବିବାହ ଖବର ଆସୁଛି । ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡିବାକୁ ଯାଉଛି । ଆଜ୍ଞା ହଁ, ଆଲିଆ-ରଣବୀରଙ୍କ ବିବାହ ପରେ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲଙ୍କ ବିବାହ ଖବର ସାମ୍ନାକୁ ଆସୁଛି। ଯେ ଉଭୟଙ୍କର ଖୁବ୍‌ ଶୀଘ୍ର ହାତ ଗଣ୍ଠି ପଡିପାରେ । ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଦମ୍ପତିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଦାବି କରାଯାଇଛି। ଆଥିଆ ଏବଂ କେ.ଏଲ୍ ରାହୁଲ ତିନି ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ପିଙ୍କଭିଲାଙ୍କ ରିପୋର୍ଟରେ କୁହାଯାଉଛି କି ଆଥିଆ ଏବଂ ରାହୁଲଙ୍କ ବିବାହ ଚଳିତ ବର୍ଷର ‘ବିଗ୍ ଫ୍ୟାଟ୍ ବଲିଉଡ୍ ବିବାହ’ ହେବାକୁ ଯାଉଛି। ଦୁହେଁ ୨୦୨୨ ଶେଷ ତଥା ଶୀତ ଦିନରେ ରେ ବିବାହ କରିବେ ।ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ଓ ଆଥିଆ ସେଟ୍ଟୀଙ୍ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି । ଦୁହିଁଙ୍କ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଯେଉଁଠି ଦେଖିବ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ପରସ୍ପର ଏକାଠି ଖୋଲା ଖୋଲି ଭାବେ ଫଟୋ ସେୟାର କରୁଛନ୍ତି ।

Leave A Reply

Your email address will not be published.